ମାଲକାନଗିରି, ୨୯/୦୪: ଭାରତ ସରକାର ଏବଂ ଜି-୨୦ର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ସ୍ଥିତ ଖଣିଜ ଓ ଦ୍ରବ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଆନ୍ତର୍ଜାତୀୟ ୫ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି l ଏହି କର୍ମଶାଳାରେ ମାଲକାନଗିରି ମହାବିଦ୍ୟାଳୟର ମୂଖ୍ୟ ଡ଼. ରଞ୍ଜନ କୁମାର ସ୍ବାଇଁଙ୍କ ନେତୃତ୍ୱ ରେ ସବିତା କଚିମ, ଗାଙ୍ଗୀ ଦୁରୁଗା, ଉତ୍ତମ କେଳା, କେ ଅମେନ୍ଦ୍ର ସକ୍ରିୟ ଅଂଶଗ୍ରହଣ ସହିତ ମତ ବିନୀମୟ କରିଥିଲେ l ଏହି କର୍ମଶାଳାର ବିଷୟ ବସ୍ତୁ ଜୀବନ ବ୍ୟାପି ପଢ଼ିବା ପାଇଁ ଦକ୍ଷତା ପ୍ରଶିକ୍ଷଣ ଶିବିର ସହିତ ଭବିଷ୍ୟତ କାର୍ଯ୍ୟ ପନ୍ଥା ବିଷୟରେ ଏକ ସନ୍ଧର୍ବ ପାଠ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଜିଟାଲ ଇଂଡିଆ, ଇକୋସିଷ୍ଟମ୍, ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ ପ୍ରୋଜେକ୍ଟର ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଭବିଷ୍ୟତ ଗଠନ ପାଇଁ ପ୍ରଶିକ୍ଷଣ ଉଦ୍ଧିଷ୍ଟ ହୋଇଥିଲା l ଏହି ସମ୍ମିଳନୀରେ ୨୪ଟି ଦେଶର ୬୧ ଜଣ ପ୍ରତିନିଧି ଯୋଗଦାନ କରି ଭାବର ଆଦାନ ପ୍ରଦାନ କରିବା ସହିତ ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ଆଲୋକପାତ କରିଥିଲେ l ଏହି କର୍ମଶାଳାରେ ମୂଖ୍ୟ ଲକ୍ଷ ଥିଲା ‘ଵାଷୂଦ୍ଧେବ କୁଟୁମ୍ବକମ୍’ ଅର୍ଥାତ୍ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଉପରେ ବିଭିନ୍ନ କୋଣ ଅନୁକୋଣରୁ ମତ ବିନିମୟ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ପ୍ରଦର୍ଶନୀ ପ୍ରଦର୍ଶନ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନ ବାର୍ତ୍ତା ଦିଆଯାଇଥିଲା l ଏହି ଉପଲକ୍ଷେ ମାଲକାନଗିରି ମହାବିଦ୍ୟାଳୟ ପରିଷରରେ ଅଧ୍ୟକ୍ଷ ଅଶୋକ କୁମାର୍ ଷଡଙ୍ଗୀଙ୍କ ସଭାପତିତ୍ଵରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଡ଼. ରଞ୍ଜନ କୁମାର ସ୍ବାଇଁ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ l
Sign in
Sign in
Recover your password.
A password will be e-mailed to you.