ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ରକ୍ଷା କରି ବିଭିନ୍ନ ଗ୍ରାମର ଗ୍ରାମ ଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭାରମ୍ଭ କଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଓ ବିଧାୟକ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଆଡ଼ମା ରାବା, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଓ ମାଥିଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ମହେଶ କୁମାର ବାକା ମାଥିଲି ଅଞ୍ଚଳର କୁଟୁଣୀପାଲି ଏବଂ ଧୁଙ୍ଗିଆପୁଟ ଗ୍ରାମ ପାଞ୍ଚାୟତର ବିମାନ ପଲ୍ଲୀ, ପୂଜାରୀ ଗୁଡା, ସୀଙ୍ଗେଲ ଗୁଡା, ଟିମସ ପୁଟ, କଡା ପଦର, ଗାଁରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାକା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଡମା ରାବା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲଷ୍ମୀପ୍ରିୟା ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ରଇଲା ନାୟକ, ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକା, ଜିଲ୍ଲା ପରିଷଦ ସଭ୍ୟ ହୀରଣ୍ୟ ମୁଦୁଲି, କୁଟୁନିପାଲ୍ଲୀ ସରପଞ୍ଚ କମିଳି ନାୟକ, ସମିତି ସଭ୍ୟା ଦେବକୀ ଦଳେଇ, ଧୁଙ୍ଗିଆପୁଟ ମଧୁସୂଦନ ନାୟକ, ସମିତି ଖାଗପତି ପେଦା ଏବଂ ଗ୍ରାମର ମୁଖିଆଙ୍କ ଉପସ୍ଥିତରେ ଏହି ସବୁ ଅଞ୍ଚଳରେ ଗ୍ରାମ ଦେବତୀ ହୁଣ୍ଡି ଓ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଶୁଭାରମ୍ଭ କରିବା ସହିତ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଗାଁ ଗାଁରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ ପୁରଣ କରିବା ପାଇଁ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।।ସେଥିପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଗାଁରେ ନିର୍ମାଣ ହେଉଛି ଗାଁ ଠାକୁରାଣୀ ଠାରୁ ଆରମ୍ବ କରି ବିଭିନ୍ନ ଦେବା ଦେବୀଙ୍କ ମନ୍ଦିର କାର୍ଯ୍ୟ ଜାରି ରହିଥିବା ବେଳେ ଅନେକ ଗାଁରେ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର କାର୍ଯ୍ୟ ଶୁଭାରମ୍ଭ କରାଯାଇଛି। ସେହିପରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ମାଥିଲି ବ୍ଲକ ସମସ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗ୍ରାମ ଦେବତୀ ଓ ଗାଁ ହୁଣ୍ଡି ଘର ନିର୍ମାଣ କରିବା ଲକ୍ଷ ରଖିଛନ୍ତି ରାଜ୍ୟ ସରକାର। ଗ୍ରାମରେ ଦକ୍ଷିଣ ଓଡ଼ିଶାର କୃଷି ଭିତ୍ତିକ ଚଇତି ପରବ ଉତ୍ସବରେ ଜଣେ ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଆଡମା ରବା ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଓ ଯୁବ ନେତା ତଥା ମାଥିଲି ବ୍ଲକ ଅଧକ୍ଷ ମହେଶ କୁମାର ବାକା ଯୋଗ ଦେବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଗ୍ରାମରେ ଗ୍ରାମଦେବୀ ମାଆଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିଥିଲେ। ଏବଂ ମନ୍ଦିର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରାଯିବ ବୋଲି କହିଛନ୍ତି ଶ୍ରୀଯୁକ୍ତ ରବା ଉପସ୍ଥିତ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଦୀର୍ଘ ବର୍ଷ ହେବ ଅଞ୍ଚଳବାସୀଙ୍କ ଏକ ଦାବି ଥିଲା ସେମାନଙ୍କ ଗ୍ରାମରେ ମା’ଙ୍କ ମନ୍ଦିର ଓ ଗାଁ ହୁଣ୍ଡି ଟିଏ ନିର୍ମାଣ ହେବା ପାଇଁ।ଆଜି ସେହି ଶୁଭ ମୁହୂର୍ତ୍ତ ଆସିଛି ସେଥିପାଇଁ ଦୁଇ ପଞ୍ଚାୟତର ଆବାଳ ବୃଦ୍ଧ ବନିତା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାବା ବିଧାୟକ ଶ୍ରୀଯୁକ୍ତ ବାକା ଓ ଓ ଅଧ୍ୟକ୍ଷ ମହେଶ କୁମାର ବାକାଙ୍କୁ ଧନ୍ୟବାଦ ଦେବା ସହ ଆଦିବାସୀ ସଙ୍ଗୀତର ତାଳେ ତାଳେ ଝୁମିଥିଲେ ଗ୍ରାମବାସୀ। ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ଅଞ୍ଚଳବାସୀ । ରାଜ୍ୟ ସରକାରଙ୍କୁ ଦୁଇ ପଞ୍ଚାୟତର ହଜାର ହଜାର ମହିଳା ଓ ପୁରୁଷ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି

Leave A Reply

Your email address will not be published.