ମାଲକାନଗିରି: ମାଲାକନଗିରି ଥାନା ଅନ୍ତର୍ଗତ ଏମଭି-୭ ନମ୍ବର ଗ୍ରାମର କେନାଲ ବ୍ରିଜ ନିକଟରେ ଗୋ ହତ୍ୟା କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ୟେ ସୂଚନା ଅନୁଯାୟୀ, ଏମଭି-୭ ଗ୍ରାମର କେନାଲ ବ୍ରିଜ ନିକଟରେ ଗୋଟିଏ ଗାଈକୁ ହତ୍ୟା କରି ମାଂସକୁ ବିକ୍ରି କରୁଥିଲେ। ଖବର ପାଇ ମାଲକାନଗିରି ଥାନାର ଏସ୍ଆଇ ପ୍ରଭାତ କୁମାର ଗୌଡ ସେଠାରେ ଚଢ଼ଉ କରି ଘଟଣାସ୍ଥଳରୁ ବହୁ ପରିମାଣରେ ମାଂସ ଜବତ କରିବା ସହ ୭ ଜଣକୁ କାବୁ କରିଥିଲେ। ଏନେଇ ଏସ୍ଆଇ ଶ୍ରୀ ଗୌଡଙ୍କ ଅଭିଯୋଗ କ୍ରମେ ମାଲକାନଗିରି ଥାନାରେ କେସ୍ ନଂ ୨୬୦/୨୩ ମାମଲା ରୁଜୁ ହୋଇଛି। ପୁଲିସ ଗାତ ଖୋଳି ମାଂସକୁ ପୋତି ଦେଇଥିବା ବେଳେ ୭ ଜଣ ଯୁବକକୁ ପଚରାଉଚୁରା କରୁଛି।
Sign in
Sign in
Recover your password.
A password will be e-mailed to you.
Prev Post