ମାଲକାନଗିରି ପୌର ଅଞ୍ଚଳର ଆଶୀର୍ବାଦ କଲୋନୀର ବସ୍ତି ବାସିନ୍ଦାଙ୍କୁ ସାଂସଦଙ୍କ ସହାୟତା ପ୍ରଦାନ

ମାଲକାନଗିରି: ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଗସ୍ତ କରିଛନ୍ତି । ଆଶୀର୍ବାଦ ସାହିର ଥିବା ସମସ୍ୟା ଉପରେ ସାହି ବାସିନ୍ଦା ସହିତ ଆଲଚନା କରିବା ସହିତ ୮ନମ୍ବର ୱାର୍ଡର ସାହିର ଦୁଇ ଜଣଙ୍କ ମୃତ୍ୟୁ ଓ କିଛି ଦିନ ତଳେ ଜଣେ ଯୁବତୀର ହାତ କଟିବା ଖବର ଶୁଣି ତାଙ୍କ ଘରକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କଲେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ । ଏଥିରେ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ଟାଙ୍ଗୁଳ, ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋନଜ କୁମାର ବାରିକ, ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ କବିତା ମହନ୍ତ, ମାଲକାନଗିରି ପୌର ସଂଯୋଜକ ଶ୍ରୀଯୁକ୍ତ ମଙ୍ଗଳା ପାଙ୍ଗି, ଯୁବ ଉପ ସଭାପତି ଶ୍ରୀଯୁକ୍ତ କଣ୍ଟେଶ୍ୱର ପଟ୍ଟଲା, ମାଲକାନଗିରି ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ କାମେଶ୍ୱର ରାଓ, ଯୁବ ନେତା ଶ୍ରୀଯୁକ୍ତ ବସନ୍ତ ନାୟକ, ବରିଷ୍ଠ ନେତା ଏସ ଵାଲା ବାବୁ, ଯୁବ ନେତା ରାଜ ଭାଇ ଉପସ୍ଥିତ ଥିଲେ।

Leave A Reply

Your email address will not be published.