କୋଟପାଡ଼ରେ କଂଗ୍ରେସ ବନ୍ଦ ପୂର୍ଣ୍ଣ ମାତ୍ରାରେ ସଫଳ

କୋଟପାଡ଼: ଆଜି କୋରାପୁଟ ଜିଲ୍ଲାରେ କଂଗ୍ରେସର ବନ୍ଦ ଡ଼ାକରା କୋଟପାଡରେ ପୂର୍ଣ୍ଣ ସଫଳ ହୋଇଛି । ଆଜି ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଠିଆ ହେବାର ଦେଖା ଯାଇଛି । ଅତ୍ୟାବଶ୍ୟକ ଜିନିଷକୁ ଛାଡି ସମସ୍ତେ ଏହି ବନ୍ଦକୁ ସମର୍ଥନ କରିବାର ଦେଖା ଯାଇଛି । ରାଜ୍ୟରେ ଅମଲା ତନ୍ତ୍ର ଶାସନ ଚାଲିଛି ଏବଂ ବିଧାୟକ ମନ୍ତ୍ରୀ ମାନେ ମୁଣ୍ଡ ପୋତି ସମର୍ଥନ କରିବାର ଦେଖା ଯାଇଛି। ବର୍ତ୍ତମାନ ଜଣେ ଲୋକଙ୍କ ମୁଣ୍ଡ ପିଛା ଋଣ ୨୨୦୦୦ ଟଙ୍କା ଥିବାର ଜଣାଯାଇଛି । ଲୋକଙ୍କୁ ଭୁଁଆଁ ବୁଲାଇ ବିଭିନ୍ନ ସ୍କିମ୍ କରି ଭୋଟ ପାଇଁ ରାଜନୀତି କରିବାର ଅଭିଯୋଗ କୋଟପାଡ କଂଗ୍ରେସ କରିଛି । କୋରାପୁଟ ଜିଲ୍ଲା କଂଗ୍ରେସ ଉପ ସଭାପତି ହରିଶ ପଟନାୟକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭ୍ୟ ମଣି ପ୍ରସାଦ ପଟ୍ଟନାୟକ, ପିସିସି ସଭ୍ୟ ମନୋହର ବିଶୋଇ, ନଗରପାଳ ଏମ ଶଙ୍କର ରାଓ, ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ନାଥ ମହାପାତ୍ର, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ମୁନ ଖାଁ, ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି, ବ୍ଲକ ଯୁବ କଂଗ୍ରେସ ସଭାପତି ଘନ ବିଶୋଇ, ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନବୀନ ବିଶୋଇ, କାଉନସିଲର ଟିକୁ ବିଶୋଇ, ୟୁସୁଫ ଅଲ୍ଲୀ, କଲୁ ମାଝୀ, କଂଗ୍ରେସର ବରିଷ୍ଠ ନେତା ରମା ବିଶୋଇ, ଯୁବ ନେତା ସନ୍ତୋଷ ମିଶ୍ର, କାଳୀ ହୋତା, ଟାଉନ କଂଗ୍ରେସ ସଭାପତି ବାପୁନ୍ ତ୍ରିପାଠୀ ବନ୍ଦ୍କୁ ପରିଚାଳନା କରିଥିଲେ । ଯୁବ କଂଗ୍ରେସ ବନ୍ଧୁ ମାନେ ପିକେଟିଂ କରିବାର ଦେଖା ଯାଇଥିଲା । ସମସ୍ତ ବ୍ୟାଙ୍କ୍, ସ୍କୁଲ, ଅଫିସକୁ ବନ୍ଦ୍ କରିଥିଲେ । ବିଭିନ୍ନ ପଞ୍ଚାୟତରୁ କର୍ମୀ ମାନେ ଉମେଶ ବ୍ରହ୍ମା, ଦେବଘ୍ନନ ଗଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଯୁବ କଂଗ୍ରେସର ବାପୁନ୍ ମିଶ୍ର, ଗୁପ୍ଟ ସ୍ୱାଇଁ, ଗିରିଶ ପଟ୍ଟନାୟକ, ପଙ୍କଜ ଧୱନ୍, ମୁରଲୀ ରାଓ, ରାମୁ ବାବୁ, କାଲୁ ଖାଁ, ଗୁପ୍ତା ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ବନ୍ଦକୁ ସଫଳ କରାଇଥିଲେ।

Leave A Reply

Your email address will not be published.