ତୁଳସୀ ଘାଟିରେ ବିଏସଏଫ୍ କ୍ୟାମ୍ପ ସ୍ଥାପନ ପରେ ଓଡ଼ିଶା ଗୁଇନ୍ଦା ନିର୍ଦ୍ଦେଶକ ଓ ଏଡିଜିଙ୍କ ମାଓ ସ୍ଥିତି ନେଇ ସମୀକ୍ଷା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଥିଲି ସ୍ତିତ ତୁଳସୀ ପାହାଡରେ ନୂତନ ଭାବରେ ବିଏସଏଫ୍ କ୍ୟାମ୍ପ ସ୍ଥାପନ ପରେ ରାଜ୍ୟସ୍ତରୀୟ ପୋଲିସ ଅଧିକାରୀ ମାନେ ମାଲକାନଗିରି ଗସ୍ତରେ ପହଞ୍ଚିଛନ୍ତି । ନକ୍ସଲ ସ୍ଥିତିର ସମୀକ୍ଷା କରିଛନ୍ତି ଗୁଇନ୍ଦା ନିର୍ଦେଶକ। ତିନି ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ଗୁଇନ୍ଦା ନିଦ୍ଦେର୍ଶକ ସଞ୍ଜୀବ ପଣ୍ଡା ଓ ଏଡିଜି ଅପରେସନ ଅମିତାଭ ଠାକୁର। ମାଲକାନଗରି ଜିଲ୍ଲା ଛତିଗଡ଼ର ସୀମାନ୍ତ ଓ ଓଡ଼ିଶା ସୀମାନ୍ତରେ ଥିବା ତୁଳସୀ ଘାଟିରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଏସଏଫ କ୍ୟାମ୍ପକୁ ଆସି ମାଓ ସ୍ଥିତିର ସମୀକ୍ଷା କରାଯାଇଛି। ପୂର୍ବରୁ ଏହି ଅଞ୍ଚଳ ମାଓ ଉପଦ୍ରବ ଥିବା ବେଳେ ଏବେ ବିଏସଏଫ କ୍ୟାମ୍ପ ହେବା ପରଠୁ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି।ଲୋକଙ୍କୁ ବିଭିନ୍ନ ପ୍ରକାରର ସାମଗ୍ରୀ ଔଷଧ ଓ ଖାତା ପେନ୍ ଆଦି ବଣ୍ଟନ କରାଯାଇଛି ସାଥିରେ ମାଲକାନଗିରି ଏସପି ନୀତେଶ ୱାଧ୍ୱାନି ଓ କୋରାପୁଟ ଡିଆଇଜି ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.