ମାଲକାନଗିରି: ଗତ ତା ୦୬/୦୪/୨୩ ରିଖ ଦିନ ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ଆଦିବାସୀ ବହୁଳ ମାଓ ପ୍ରବଣ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ଼ ଯନ୍ତ୍ରୀକୁ ଜଳପଥ ଦେଇ ଲଞ୍ଚ ଯୋଗେ ୪୦ କିଲୋମିଟର ଜଳଯାତ୍ରା କରି ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ପ୍ରଥମ ଥର ଯନ୍ତ୍ରୀରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ l ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀବାସୀ ବହୁତ ଉଲ୍ଲାସର ସହ ଉକ୍ତ ସାଂସଦଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଅବସରରେ ଯନ୍ତ୍ରୀବାସୀଙ୍କ ମୁଖ୍ୟ ଗ୍ରୀଭାନ୍ସ ଥିଲା ଯନ୍ତ୍ରୀ ଠାରୁ ପ୍ରାୟ ଏକ କିଲୋମିଟର ଆରାପଦର୍ ଠାରୁ ମୁଦୁଲିଗୁଡାକୁ ସଂଯୋଗ ନିମନ୍ତେ ବ୍ରିଜ ନିର୍ମାଣ l ଏହି ଏକ କିଲୋମିଟର ବିଶିଷ୍ଟ ବ୍ରିଜ ନିର୍ମାଣ ହେଲେ ଯନ୍ତ୍ରୀ ଓ ଅଣ୍ଡିରାପାଲି ସମେତ ଆଖପାଖ ପଡୋଶୀ ପଞ୍ଚାୟତବାସୀ କମ ସମୟରେ ବାୟାପଡା ଓ ମୁଦୁଲିଗୁଡା ଦେଇ ଶୀଘ୍ର ପହଞ୍ଚି ପାରିବେ l ଇତି ଗ୍ରୀଭାନ୍ସ ଅବସରରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଉକ୍ତ ବ୍ରିଜ ନିର୍ମାଣ ନିମନ୍ତେ ସେହି ସ୍ଥାନକୁ ଯାଇ ଦେଖି ଅଞ୍ଚଳବାସୀଙ୍କ ସମସ୍ୟାକୁ ଅନୁଧ୍ୟାନ କରି ବ୍ରିଜ ପାଇଁ ସହଯୋଗର ହାତ ବଢ଼ାଇ ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଥିଲେ l ପ୍ରତିଶ୍ରୁତି ମୁତାବକ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଆଜି ଏହି ଏକ କିଲୋମିଟର ବିଶିଷ୍ଟ ସେକେଣ୍ଡ ଗୁରୁପ୍ରିୟା ବ୍ରିଜ ନିର୍ମାଣ ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି l ଉକ୍ତ ସେକେଣ୍ଡ ଗୁରୁପ୍ରିୟା ନିର୍ମାଣ ହେଲେ ସ୍ୱାଭିମାନ ଅଞ୍ଚଳର ଉପାନ୍ତ ଦୁର୍ଗମ ପଞ୍ଚାୟତବାସୀ ଯଥା ଯନ୍ତ୍ରୀ, ଅଣ୍ଡିରାପାଲି, ନାକାମାମୁଡି ତଥା ପଡୋଶୀ ପଞ୍ଚାୟତବାସୀ ଉପକୃତ ହେବେ l
Sign in
Sign in
Recover your password.
A password will be e-mailed to you.