ଭୁବନେଶ୍ୱର, ୧୩/୦୫: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ । ସେମାନେ ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ନର୍ସମାନେ ରୋଗୀଙ୍କୁ ଦେଉଥିବା ନିଃସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ସେବାକୁ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡିବ ବୋଲି ସେ କହିଥିଲେ । ସମ୍ ଅଲ୍ଟିମେଟ୍ର ନର୍ସମାନେ ସେବା ଦ୍ୱାରା ରୋଗୀଙ୍କ ହୃଦୟ ଜିତି ପାରୁଛନ୍ତି ବୋଲି ଡକ୍ଟର ଦାଶ କହିଥିଲେ ।
କାର୍ଯ୍ୟକ୍ରମରେ ସମ୍ମମ୍ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ (ସିଏମ୍ଏସ୍) ଡାକ୍ତର (ବ୍ରିଗେଡିୟର୍) ବିରାଜ ମୋହନ ମିଶ୍ର ଓ ଚିଫ୍ ଅଫ୍ ନର୍ସିଂ ସର୍ଭିସେସ୍ ଶ୍ରୀମତି ଏନ୍. ଆୟେଶା ଉପସ୍ଥିତ ଥିଲେ । ନର୍ସମାନେ ସେବା ପାଇଁ ମହମବତୀ ଧରି ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ନାମରେ ସଂକଳ୍ପ ନେଇଥିଲେ । ସମ୍ମମ୍ର ନର୍ସମାନେ ଆଂଚଳିକ ବେଶଭୂଷାରେ ଏକ ଫ୍ୟାଶନ୍ ଶୋ’ରେ ସାମିଲ ହୋଇଥିଲେ । ଏହି ଅବସରରେ ଏକ କେକ୍ କଟାଯାଇଥିଲା । ନର୍ସମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଶେଷରେ କ୍ଲିନିକାଲ୍ ଇନ୍ଷ୍ଟ୍ରକ୍ଟର ଶ୍ରୀ ପଦ୍ମ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।