କାଲିମେଳା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ର ୭ଟି ଗ୍ରାମ ପଞ୍ଚାୟତକୁ ନେଇ ୱାର୍ଡ କମିଟି ଓ ବୁଥ୍ କମିଟି ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ରେ ଆଜି ମାଲକାନଗିରି ବିଜୁ ଜନତା ଦଳ ତରଫରୁ କାଲିମେଳା ବ୍ଲକ ପ୍ରାଙ୍ଗଣରେ ଜିଲ୍ଲା ଆଇନଜୀବୀ ସାମୁଖ୍ୟ ସଭାପତି ତଥା ସାଧାରଣ ସମ୍ପାଦକ ଜିଲ୍ଲା ବିଜୁ ଜନତା ଦଳ ମାଲକାନଗିରି, କାଲିମେଳା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ସଂଯୋଜକ ଗୋପାଳ କୃଷ ପଣ୍ଡାଙ୍କ ନେତୃତ୍ୱରେ ୭ଟି ଗ୍ରାମ ପଞ୍ଚାୟତର ବିଜେଡି ସକ୍ରିୟ କର୍ମକର୍ତ୍ତାଙ୍କୁ ନେଇ ୱାର୍ଡ କମିଟି ଓ ବୁଥ୍ କମିଟି ଗଠନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ୭ଟି ଗ୍ରାମ ପଞ୍ଚାୟତର ସକ୍ରିୟ କର୍ମକାର୍ତ୍ତାଙ୍କ ସହ ବିଶେଷ ଭାବେ ଦଳୀୟ ଆଲୋଚନା କରିଛନ୍ତି । ଏହି ଅବସରରେ ମାଲକାନଗିରି ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ ସାମୁଏଲ୍ ନାୟକ ସମସ୍ତ ଉପସ୍ଥିତ ସକ୍ରିୟ ବିଜେଡି କର୍ମକାର୍ତ୍ତାଙ୍କୁ ସମସ୍ତ ପଞ୍ଚାୟତର ପ୍ରତ୍ୟକ ୱାର୍ଡ ସ୍ତରରେ ୱାର୍ଡ କମିଟି ଓ ବୁଥ୍ କମିଟି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ବିଜେଡି ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, କାଲିମେଳା ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, କାଲିମେଳା ଜିଲ୍ଲା ପରିଷଦ ଜୋନ୍ ୨ ସଭ୍ୟା ମମତା ପଡ଼ିଆମୀ,କାଲିମେଳା ସାଂସଦ ପ୍ରତିନିଧି ଇ. ଭେଙ୍କେଟ ରାଓ, କାଲିମେଳା ସରପଞ୍ଚ ପୃଥିବୀ ରାଜ ମାଝୀ, ପୂର୍ବତନ ବ୍ଲକ ସଭାପତି ତଥା ମାଥିଲି ସଂଯୋଜକ ସର୍ବ ବିଶୋଇ, ପୂର୍ବତନ ଯୁବ ସଭାପତି ନିରଦ ମିସ୍ତ୍ରୀ, କାଲିମେଳା ଜୋନ୍ ୩ ସଭାପତି ସୁବ୍ରତ ଶୀଲ, ବିଜେଡି ବରିଷ୍ଠ ନେତା କାର୍ତିକ ଦେବନାଥ, ଶଙ୍କର ହାଲଦାର, ଦିଲ୍ଲୀପ ବିଶ୍ୱାସ, ସୁଜୟ ମିସ୍ତ୍ରୀ, କେ. ରାହୁଲ, ବସନ୍ତ ନାୟକ ଓ ବିଭୁତି ଭୂଷଣ ପ୍ରମୁଖଙ୍କ ସହ ସମସ୍ତ ପଞ୍ଚାୟତ ସଭାପତି ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.