mobile header

ଆଗାମୀ ସାଧାରଣ ନିର୍ବାଚନ ପାଇଁ ଡିଜିଟାଲ କର୍ମକର୍ତ୍ତାଙ୍କୁ ପ୍ରସ୍ତୁତ କରୁଛି ଛାତ୍ର ବିଜେଡ଼ି

ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ବିଜୁ ଛାତ୍ର ଜନତା ଦଳର ଡିଜିଟାଲ କର୍ମକର୍ତ୍ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଡିଜିଟାଲ କ୍ୟାମ୍ପେନ୍ ର ମୁଖ୍ୟ ପୁରୋଧା ସାଜିବା ନିମନ୍ତେ ଆହ୍ୱାନ

ଭୁବନେଶ୍ୱର: ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ କର୍ମକର୍ତ୍ତାଙ୍କ ଭୂମିକା ଏବଂ ଡିଜିଟାଲ କ୍ୟାମ୍ପେନ୍ ର ଗୁରୁତ୍ଵ ବିଷୟରେ ଆଲୋଚନା ନିମନ୍ତେ ଏକ ବୈଠକ ଆୟୋଜନ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିକାଶର କାର୍ଯ୍ୟଧାରା ଏବଂ ନୂତନ ଓଡ଼ିଶା ନିର୍ମାଣ ଦିଗରେ କାର୍ଯ୍ୟ କରିବାର ଶୈଳୀ ଓ ଚିତ୍ରକୁ ପଞ୍ଚାୟତ ଓ ବୁଥ ସ୍ତରର ଜନସାଧାରଣଙ୍କ ପାଖରେ ପହଞ୍ଚାଇବା। ନକାରାତ୍ମକ ରାଜନୀତି ବିରୁଦ୍ଧରେ ସକାରାତ୍ମକ ରାଜନୀତିର ପ୍ରାଧାନ୍ୟ ଏବଂ ଗୁରୁତ୍ଵ ସହିତ ଡିଜିଟାଲ କ୍ୟାମ୍ପେନ୍ ମାଧ୍ୟମରେ ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧରେ ଲଢେଇ ପାଇଁ ଏକ ସଜାଗ ପ୍ରହରୀ ରୂପେ ପ୍ରସ୍ତୁତ ରହିବା ନିମନ୍ତେ ଏହି ବୈଠକରେ ଆଲୋଚନା କରାଯିବା ସହ ପରାମର୍ଶ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ମାନ୍ୟବର ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏବଂ ବିଜେଡ଼ି ମିଡ଼ିଆ ସେଲ୍ ମୁଖ୍ୟ ସ୍ଵଂୟ ପ୍ରକାଶ ମହାପାତ୍ର ପ୍ରମୁଖ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଯୋଡ଼ି ହୋଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ୱାଇଁ, ମିକୁ ପ୍ରଧାନ, ବିଶ୍ଵ ପ୍ରତାପ ସାହୁ, ଛାତ୍ର ବିଜେଡ଼ି ଡିଜିଟାଲ ମୁଖ୍ୟ ତଥା ଉପସଭାପତି ସୁଜିତ୍ ପାଲଟା ସିଂ ସମେତ ସମସ୍ତ ଜିଲ୍ଲାର ଡିଜିଟାଲ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ପାଖରେ ପହଚାଇବା ସହ ସଶକ୍ତ ଓ ନୂତନ ଓଡ଼ିଶା ନିର୍ମାଣର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଆଗମୀ ସାଧାରଣ ନିର୍ବାଚନରେ ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧରେ ଲଢେଇ କରିବା ପାଇଁ ଡିଜିଟାଲ କ୍ୟାମେନ୍ ପ୍ରମୁଖ ମାଧ୍ୟମ ସାଜିବ। ପ୍ରତେକ ଡିଜିଟାଲ କର୍ମକର୍ତ୍ତା ଜଣେ ଜଣେ ସଜାଗ ପ୍ରହରୀ ରୂପେ କାର୍ଯ୍ୟ କରିବ ବୋଲି ମୋର ଦୃଢ଼ ଆଶା ଓ ବିଶ୍ବାସ ରହିଛି। ସେହିପରି ଭାବେ ବିଜେଡ଼ି ମିଡ଼ିଆ ସେଲ୍ ମୁଖ୍ୟ ସ୍ଵଂୟ ପ୍ରକାଶ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ସାଧାରଣ ନିର୍ବାଚନ ପାଇଁ ସମସ୍ତ ଡିଜିଟାଲ କର୍ମକର୍ତ୍ତାଙ୍କ ଗୁରୁ ଦାୟିତ୍ବ ରହିଛି ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହ ଓଡ଼ିଶାରେ ନକରାତ୍ମକ ରାଜନୀତି ବିରୁଦ୍ଧରେ ଯେଉ ସକାରତ୍ମକ ରାଜନୀତିର ପ୍ରାଧାନ୍ୟ ରହିଛି ତାହା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ନିମନ୍ତେ ଡିଜିଟାଲ କ୍ୟାମ୍ପେନ୍ ର ଗୁରୁତ୍ଵ ସର୍ବାଧିକ।

Leave A Reply

Your email address will not be published.