ମାଲକାନଗିରି: ଲାଲ ଗଡ଼ ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ହିଂସା ଛାଡି ଅହିଂସାର ପଥକୁ ଆପଣାଇ ଥିବାରୁ ସେମାନଙ୍କୁ ବିଶ୍ଵ ଆର୍ଟ ଅଫ ଗିଭିଂ ଡେରେ ସମ୍ମାନିତ କରାଯାଇଛି। ଜୀବନ ଜୀଇଁବା ପାଇଁ ସଂଘର୍ଷ କରୁଥିବା ଲୋକଟି ବିଷୟରେ ଭାବିବା କାହା ପାଖରେ ସମୟ ନାହିଁ। ଏତିକି ବେଳେ ଆର୍ଟ ଅଫ ଗିଭିଂର ପ୍ରୟାସ ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆର୍ଟ ଅଫ ଗିଭିଂ ଅର୍ଥ ଦୟା ଏବଂ ଉଦାରତା ମାଧ୍ୟମରେ ଅନ୍ୟକୁ ଖୁସି ଦେବାର ଅନୁଭବ। କିସ କିଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଆର୍ଟ ଅଫ ଗିଭିଂ ଆଜିକୁ ୧୦ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ଧୁମଧାମରେ ବିଶ୍ୱ ଆର୍ଟ ଅଫ ଗିଭିଂ ଡେ ପାଳିତ ହୋଇ ଯାଇଛି। ଜିଲ୍ଲାର ୭ଟି ବ୍ଲକର ୧୮ଟି ସ୍ଥାନରେ ଏଗାର ଶହ ଲୋକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଆର୍ଟ ଅଫ ଗିଭିଂ କିଟ ଦେଇ ସମ୍ମାନିତ କରାଯାଇଛି। ଜିଲ୍ଲା ସଦର ମହକୁମାରେ ଜିଲ୍ଲା ଏସପି କାର୍ଯ୍ୟାଳୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ ଆତ୍ମସମର୍ପଣ କରିଥିବା ମାଓବାଦୀ, ଟ୍ରାଫିକ ପୋଲିସ ଏବଂ ହୋମ ଗାର୍ଡଙ୍କୁ ସମ୍ମାନିତ କରିଥିଲେ। ଡି ଏନକେ ଖେଳ ପଡିଆରେ ଅଟୋ ଡ୍ରାଇଭର ଏବଂ ଭିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାରର ସୁଇପର, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସିଡିଏମଓ ଇଂଚାର୍ଜ ସଂଧ୍ୟା ରାଣୀ ପଟ୍ଟନାୟକ, ଏଡିଏ ଓ ଶିବ ପ୍ରସାଦ ମହାରଣା ସମ୍ମାନିତ କରିଛନ୍ତି। ଆଓମା ଗୁରୁକୁଳରେ ଏକ ସଭା ଆୟୋଜନ କରାଯାଇଛି। ମୂଖ୍ୟ ଅତିଥି ମାନେ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଛନ୍ତି। ଏହା ପରେ ଜିଲ୍ଲାର ସମସ୍ତ ସନମନ୍ବିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଏଥିପାଇଁ ଅନେକ ସମାଜସେବୀ ସଙ୍ଗଠନ ଏବଂ ବିଭିନ୍ନ ଅନୁଷ୍ଠାନ ସାହାଯ୍ୟର ହାତ ବଢ଼ାଇଥିଲେ। ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା କିସ ବରିଷ୍ଠ ସଂଯୋଜକ ରମ୍ୟ ରଞ୍ଜନ ପରିଡା ପରିଚାଳନା କରିଥିବା ବେଳେ ଜିଲ୍ଲା କିସ ସହ ସଂଯୋଜକ ଉତ୍ତମ ସାହା, ଜିଲ୍ଲା ଆର୍ଟ ଅଫ ଗିଭିଂ ସଭାପତି ସୁଶାନ୍ତ ସାମଲ, ଉପ ସଭାପତି ବିନାଶ ମିଶ୍ର, ଶ୍ୟାମ ନାୟକ, ରବି ରାଜେଶ, ଲବ ସାହୁ, ସନ୍ତୋଷ ନାୟକ, କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ପ୍ରସାଦ ନାୟକ ଏବଂ ଜିଲ୍ଲା କିସ କିଟ ଅବିଭାକ ସଂଘ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.