ଗୁଗୁଲ୍‌ ସିଇଓଙ୍କ ଘରକୁ କିଣିଲେ ଏହି ଅଭିନେତା: କାଗଜ ପତ୍ର ଦେବା ବେଳେ ପିଲାଦିନ ସ୍ମୃତି ମନେପକାଇ ଭାବପ୍ରବଣ ହେଲେ ପିଚାଇ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇଙ୍କ ଚେନ୍ନାଇସ୍ଥିତ ପୈତୃକ ଘର ବିକ୍ରି ହୋଇଯାଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ସେ ତାଙ୍କର ଏହି ଘରକୁ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ସି ମାଣିକନନ୍ଦନଙ୍କୁ ବିକ୍ରି କରିଛନ୍ତି। ଏହି ଘରେ ପିଚାଇଙ୍କ ପିଲାଦିନ କଟିଛି। ଏଠାରେ ତାଙ୍କର ଅନେକ ସ୍କୃତି ରହିଛି। ତେବେ ଏହି ଘରକୁ କେତେ ଟଙ୍କାରେ ପିଚାଇ ବିକ୍ରି କରିଛନ୍ତି ତାହା ଏବେ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ସୁନ୍ଦର ପିଚାଇଙ୍କ ଏହି ଘର ଚେନ୍ନାଇର ଅଶୋକ ନଗର‌ରେ ରହିଛି। ତେବେ ଘର ବିକ୍ରି କରିବାକୁ ରହିଥିବା ସମସ୍ତ ଆଇନ୍‌ ପ୍ରକ୍ରିୟା ପୂରା ହୋଇସାରିଛି। ତେବେ ଜାଣିବାକୁ ମିଳିଛି ଯେ ତାମିଲ୍‌ ଅଭିନେତାଙ୍କୁ ପିଚାଇ ନିଜ ଘରର କାଗଜପତ୍ର ଦେବା ବେଳେ ଖୁବ୍ ଭାବପ୍ରବଣ ହୋଇ ପଡ଼ିଥିଲେ। କାରଣ ଏହା ଥିଲା ପିଚାଇଙ୍କ ପ୍ରଥମ ସଂପତ୍ତି।

ଗଣମାଧ୍ୟମ‌ରେ ନିଜର ମତ ରଖି ମଣିକନନ୍ଦନ କହିଛନ୍ତି, ‘ସୁନ୍ଦର ପିଚାଇ ହେଉଛନ୍ତି ଆମ ଦେଶର ଗୌରବ। ସେ ଯେଉଁ ଘରେ ରହୁଥିଲେ ତାହାକୁ କିଣିବା ମୋ ପାଇଁ ସୌଭାଗ୍ୟର କଥା।’

ତେବେ ବିଶେ‌େ ସୂତ୍ରରୁ ଜାଣିବାକୁ ମିଳିଛି ଯେ ୪ ମାସ ତଳୁ ପିଚାଇ ଏହି ଘରର ବିକ୍ରି ଲାଗି ଚୁକ୍ତି କରିଥିଲେ। ପିଚାଇ ଜନ୍ମରୁ ୨୦ ବର୍ଷ ପର୍ଯ୍ୟନ୍ତ ଏହି ଘରେ ବିତାଇଛନ୍ତି। ସେ ଶେଷ ଥର ପାଇଁ ଚେନ୍ନାଇ ୨୦୨୧ ମସିହାରେ ଆସିଥିଲେ। ତେବେ ଏହି ଘରର କାଗଜପତ୍ର ଅଭିନେତାଙ୍କୁ ଦେବା ବେଳେ ସୁନ୍ଦର ପିଚାଇଙ୍କ ବାପା ବି ଖୁବ୍ ଭାବପ୍ରବଣ ହୋଇ ପଡ଼ିଥି‌ଲେ।

Leave A Reply

Your email address will not be published.