mobile header

୧୦୩ କେଜି ଗଞ୍ଜେଇ ଜବତ ସହ ଜଣେ ପୋଲିସ କନେଷ୍ଟବଳ ସମେତ ସାତ ଜଣ ଗିରଫ

କାଲିମେଳା ତା ୨୫/୦୫: ଗତକାଲି ପେଟ୍ରୋଲିଂ ସମୟରେ ଧରାପଡିଲେ ସାତ ଜଣ ଗଞ୍ଜେଇ ମାଫିଆ l ମାଲକାନଗିରି ଜିଲ୍ଲା କାଲିମେଳା ଥାନାର କମଳାପଦର ଛକ ନିକଟରୁ ଧରିଥିଲା ପୋଲିସ l ତେଲେଙ୍ଗାନର ଜଣେ କନେଷ୍ଟେବଲ ଗଞ୍ଜେଇ ଚୋରାଚାଳାନରେ ସମ୍ପୃକ୍ତି ନେଇ ଗିରଫ କରିଛି l ସେମାନଙ୍କ ଠାରୁ ଏକ କ୍ୱିଣ୍ଟାଲ ତିନି କେଜି ଗଞ୍ଜେଇ ,ଦୁଇଟି କାର ଗୋଟିଏ TS09EL-8973 ନମ୍ବର ବିଶିଷ୍ଟ ଟୟାଟ କାର ଓ AP07CX-1961 ନମ୍ବର ବିଶିଷ୍ଟ ଟାଟା ଜେଷ୍ଟ କାର ଓ ୬ ଗୋଟି ସ୍ମାର୍ଟ ଫୋନ ସମେତ ତିନି ଗୋଟି ଆଇ ଫୋନ, ଏଟିଏମ କାର୍ଡ, ଆଧାର କାର୍ଡ, ପାନ କାର୍ଡ, ଆରସି ଇତ୍ୟାଦି ଏମାନଙ୍କ ଠାରୁ ଜବତ କରିଛି ପୋଲିସ l ୧-ଗିରଫ ଆସାମୀ ମାନଙ୍କ ମଧ୍ୟରୁ ରାଛାକୋଣ୍ଡା ଟାଉନର କନେଷ୍ଟବଲ (8155AR) ଆର.ଶ୍ରୀନୁ ପିତା: ଆର.ଗୋପାୟା ବୟସ ୨୬ ବର୍ଷ, ଘର ଲକ୍ଷ୍ମୀନଗର କାମନାଗୁଡା, ଥାନା ଲାଲବାହାଦୁର ନଗର ଜିଲ୍ଳା ରାଙ୍ଗାରେଡି୍ ତେଲେଙ୍ଗାନା l ୨-କେ ବିଜୟ ନାୟକ ପିତା ଲକ୍ଷ୍ମନ ନାୟକ ବୟସ ୩୬ ବର୍ଷ, ଘର ଆଲମାଷଗୁଡା ହାଦ୍ରାବାଦ ଥାନା ମିରପେଟ, ଜିଲ୍ଳା ରାଙ୍ଗାରେଡି ତେଲେଙ୍ଗାନା l ୩-ବାଲୁ ଯାଦବ ପିତା ଗୋବରଧନ ରାମା ଯାଦବ, ଘର ରାଲିସାନ୍ଦବି, ଥାନା ଭୁମ ଜିଲ୍ଲା ଉସମାନାବାଦ ମହାରାଷ୍ଟ୍ର l ୪-କେ :ଲକ୍ଷ୍ମଣ ପିତା କେ.ରାଙ୍ଗା ରେଡି ବୟସ ୨୦ ବର୍ଷ ଘର ଓଡିଶାର ମାଲକାନଗିରି ଜିଲ୍ଳାର କାଲିମେଳା ଥାନା ଅଧୀନ କୁର୍ମାନୁର ପୋଷ୍ଟ ଅନ୍ତର୍ଗତ ଦୁଲାଗାଣ୍ଡି ଗ୍ରାମ l ୫- ଆର.କାର୍ତୀକ ପିତା ଆର.ରାମନା ବୟସ ୨୮ ବର୍ଷ l ୬-ଆଲୁଭା ରାଜିବ ପିତା ଏସ:ରାଓ ବୟସ ୨୭ ବର୍ଷ l ୭- ଏନ.ଭେନୁଗୋପାଲ ପିତା ଏନ.ଶିବାୟା ବୟସ ୨୮ ବର୍ଷ l ଏଇ ତିନିଜଣ ସମସ୍ତେ ଗୋଟିଏ ଠିକଣା ତେନାଲି ଗ୍ରାମ ଓ ଥାନା ଅଧୀନ ଗୁଣ୍ଟୁର ଆନ୍ଦ୍ରପଦେଶର ଅଟନ୍ତି l ଜବତ ଗଞ୍ଜେଇ ଓଡିଶାର ଉପାନ୍ତ ଦୁର୍ଗମ ଇଲାକା ମାଝିପାକା କୁରମାନୁର ରାସ୍ତା ଦେଇ ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା ଓ ମହାରାଷ୍ଟ୍ରକୁ ଚୋରାଚାଲାଣ ହେଉଥିଲା ବୋଲି କାଲିମେଳା ପୋଲିସ ସୂଚନା ଦେଇଛି l ଏ ନେଇ କାଲିମେଳା ପୋଲିସ କେସ ନମ୍ବର ୧୨୨, ତରିଖ ୨୪/୫/୨୦୨୩ରେ ଧାରା ୨୦(b)(ii)(c)/୨୫/୨୭-A/୨୯ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ସାତଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ  l

Leave A Reply

Your email address will not be published.