mobile header

ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମାଗିବି: କେଜ୍ରିୱାଲ

ମୁମ୍ବାଇ: ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ଜାରି କରିଥିବା ଅଧ୍ୟାଦେଶକୁ ବିରୋଧ ପାଇଁ ସମର୍ଥନ ଯୋଗାଡ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧୀ ଦଳର ନେତାମାନଙ୍କୁ ଭେଟୁଛନ୍ତି। ବର୍ତ୍ତମାନ ସେ ଏହି ପ୍ରସଙ୍ଗରେ ସମର୍ଥନ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବା ବିଷୟରେ କହିଛନ୍ତି। କେଜ୍ରିୱାଲ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପାଇଁ ଆଜି ମୁମ୍ବାଇରେ ପହଞ୍ଚିଥିଲେ। ଶରଦ ପାୱାରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆସନ୍ତାକାଲି ମୁଁ ଏହି ପ୍ରସଙ୍ଗରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ସମୟ ମାଗିବି। ଏଥି ସହ ସେ କହିଛନ୍ତି ଯେ ଶରଦ ପାୱାର ଆମକୁ ଆଶ୍ୱାସନା ଦେଇଛନ୍ତି ଯେ ଯେତେବେଳେ ଏହି ବିଲ୍ (ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ରର ନିୟମକୁ ବଦଳାଇବା) ରାଜ୍ୟସଭାକୁ ଆସିବ, ସେତେବେଳେ ସେ ଏହି ବିଲ୍ ସେଠାରେ ପାରିତ କରିବାକୁ ଦେବେ ନାହିଁ।

କେଜ୍ରିୱାଲ କହିଛନ୍ତି ଯେ ଏହା ଦିଲ୍ଲୀ ପାଇଁ ଲଢେଇ ନୁହେଁ, ଏହା ସମଗ୍ର ସଂଘୀୟ ଗଣତନ୍ତ୍ର ଗଠନ ପାଇଁ ଲଢେଇ। ଆମେ ସମସ୍ତ ଅଣ ବିଜେପି ଦଳରୁ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛୁ। ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଆପ ସାଂସଦ ରାଘବ ଚଢା, ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏବଂ ଦଳର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଦେଶରେ ସଙ୍କଟ ଦେଖାଦେଇଛି ଏବଂ ଏହା କେବଳ ଦିଲ୍ଲୀରେ ସୀମିତ ନୁହେଁ। ଏନସିପି ଏବଂ ମହାରାଷ୍ଟ୍ରର ଲୋକମାନେ କେଜ୍ରିୱାଲଙ୍କୁ ସମର୍ଥନ କରିବେ। ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିବାକୁ ଆମେ ଅନ୍ୟ ନେତାଙ୍କ ସହ ମଧ୍ୟ ଆଲୋଚନା କରିବୁ। ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ବୁଧବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟିଥିଲେ।

Leave A Reply

Your email address will not be published.