mobile header

ମିଳିତ ଅମଲା ମଞ୍ଚର ବୈଠକ

କଟକ, (ନୃସିଂହ ଚରଣ ଦାସ): ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଟକ ଜିଲ୍ଲା ଶାଖା ପକ୍ଷରୁ ସାଲେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟରେ ବ୍ଲକସ୍ତରୀୟ ଜୋନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା ରାଜସ୍ବ ଅମଲା ସଂଘର ରାଜ୍ୟ ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, କଟକ ଜିଲ୍ଲା ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ବରାଳ, ଓଡିଶା ରାଜସ୍ବ ସଂଘର ରାଜ୍ୟ ସଙ୍ଗଠନ ସମ୍ପାଦକ ରମାକାନ୍ତ ସାହୁ, ଓଡ଼ିଶା ଅମଲା ସଂଘ କଟକ ଜିଲ୍ଲା ସଭାପତି ବିଭୂତି ଭୂଷଣ ମିଶ୍ରଙ୍କ ସହ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି ଓ କିଶନନଗରର ମିଳିତ ଅମଲା ମଞ୍ଚର ଅମଲାମାନେ ଯୋଗ ଦେଇଥିଲେ। ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ସହ ଦରମା ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାସ୍ତରୀୟ ଅମଲାଙ୍କ ମୂଳ ପଦବୀର ଦରମା level ୪ (ଟ. ୧୯,୯୦୦) ରୁ level ୯ (ଟ.୩୫,୪୦୦) ବୃଦ୍ଧି କରିବା ପାଇଁ ବାରମ୍ବାର ସରକାରଙ୍କୁ ଲିଖିତ ଜଣାଇ ଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବାରୁ ଗତ ୨୨.୦୫.୨୦୨୩ରୁ କଳା ବ୍ୟାଚ ପରିଧାନ କରି ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତା ୩୦.୦୫.୨୦୨୩ ରିଖ ସୁଦ୍ଧା ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ଅମଲାଙ୍କ ମୂଳ ବେତନରେ ବୃଦ୍ଧି ନ କରନ୍ତି ତେବେ ଆସନ୍ତା ଜୁନ ୧ରୁ ୩୦ଟି ଜିଲ୍ଲାର ଜିଲ୍ଲାସ୍ତରୀୟ ସମସ୍ତ ଅମଲାମାନେ ସାମୁହିକ ଛୁଟିରେ ଯିବେ ବୋଲି କର୍ମକର୍ତ୍ତା କହିଛନ୍ତି। ଆନ୍ଦୋଳନ ଦ୍ଵାରା ସାଧାରଣ ଜନତା ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେମାନେ କହିଛନ୍ତି।

Leave A Reply

Your email address will not be published.