mobile header

ଓଡ଼ିଆ ପୁଅକୁ ସମ୍ୱର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ସେବା ଓ ଧର୍ମକୁ ଜୀବନରେ ଆଦର୍ଶ ଭାବେ ମାନୁଥିବା ଓଡ଼ିଆ ପୁଅ ପୁରଞ୍ଜନ ଦଳାଇ ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଶ୍ରମଜୀବୀ ଓ କାରୀଗରଙ୍କ ପାଇଁ ଚାହା ଓ ପାନୀୟ ଜଳର ବ୍ୟବସ୍ଥା କରୁଥିଲେ ପୁରଞ୍ଜନ। ସେଥିପାଇଁ ତାଙ୍କୁ ଆଜି ସମ୍ୱିର୍ଦ୍ଧିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି। ପୁରଞ୍ଜନଙ୍କ ଘର ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ।

ପୁରଞ୍ଜନଙ୍କ ପରି ନୂଆ ସଂସଦ ନିର୍ମାଣରେ ନିୟୋଜିତ ସୁନ୍ଦରବନ ୱେଷ୍ଟର ସତ୍ୟରଞ୍ଜନ ଦାସ, ଝାରଖଣ୍ଡର ରାମ ମୁର୍ମୁ, ଏଜାଜ ଅହମ୍ମଦ, ରାଜସ୍ଥାନର କିଷନ ଲାଲ୍‌, ଗୁଜରାଟର ଦେବଲାଲ୍‌, ବିହାର ଅନୀଲ କୁମାର ଯାଦବ, ସୁବ୍ରତା ସୁତ୍ରଧର, ଝରଖଣ୍ଡର ମୁଜାଫର ଖାନ୍‌, ନୂଆଦିଲ୍ଲୀର ଧର୍ମନ୍ଦ୍ର ଜୀ ଓ ବନାରସରୁ ଆନନ୍ଦ ବିଶ୍ୱକର୍ମାଙ୍କୁ ପ୍ରଧାନମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ।

ଆଜି ମହାଆଡମ୍ୱରେ ରୀନିନୀତି ଅନୁସାରେ ନୂଆ ସଂସଦ ଭବନ ଲୋକାର୍ପିତ ପର୍ବ ଆରମ୍ଭ ହୋଇଥିଲା। ପୂଜାର୍ଚ୍ଚନା ପରେ ତାମିଲନାଡୁ ଧର୍ମପୁରମ୍‌ ଅଧିନମ୍ ମଠ ମହନ୍ତ ମୋଦିଙ୍କୁ ସେଙ୍ଗୋଲ (ରାଜଦଣ୍ଡ) ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ରାଜଦଣ୍ଡ ଗ୍ରହଣ କରିବା ସହିତ ପୂଜକ ଓ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଥିଲେ। ତା’ପରେ ମୋଦି ନୂଆ ସଂସଦ ଭବନରେ ରାଜଦଣ୍ଡକୁ ସ୍ଥାପନ କରିଥିଲେ। ସାଥୀରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଓ ସାଧୁସନ୍ଥ। ତା’ପରେ ଶ୍ରମଜୀବୀଙ୍କୁ ସମ୍ୱର୍ଦ୍ଧିତ କରାଯାଇ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓମ୍‌ ବିରର୍ଲା, ସ୍ୱରାମନ୍ତ୍ରୀ ଅମିତ ଶାହ, ବୈଦେଶୀକ ମନ୍ତ୍ରୀ ଏସ୍‌.ଜୟଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.