mobile header

ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଲେ: ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ମନ୍ତ୍ରମୁଗ୍ଧ

କୋଟପାଡ଼: ଆଜି ଟନେଲ କ୍ୟାମ୍ପ ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ମଦନଖସଲା ସାଂସଦ ପ୍ରତିନିଧିଙ୍କ ନେତୃତ୍ବରେ ସରପଞ୍ଚ ସହ ବିଜେଡ଼ିରେ ଯୋଗ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ମନମୁଗ୍ଧ ହୋଇ ମିଶିଥିବା ପଞ୍ଚାୟତ ଲୋକେ କହିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ଯେପରି ୫-ଟି ସ୍କୁଲ, ପ୍ରତ୍ୟେକ ଗ୍ରାମକୁ ରାସ୍ତା, ପାଣିର ସୁବିଧା ମେଡିକାଲର ସୁବିଧା ମମତାର ଯୋଜନା, ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ପ୍ରଭୃତିରେ ମନମୁଗ୍ଧ ହୋଇ ବିଜେଡ଼ିରେ ଯୋଗ ଦେଇଥିବା କଥା କହିଛନ୍ତି ପଞ୍ଚାୟତବାସୀ। ଏହି ମିଶ୍ରଣ ପର୍ବରେ ଜିଲ୍ଲାରୁ ବିଜେଡ଼ି ଜେନେରାଲ ସଚିବ ଗୋପାଳ ପଣ୍ଡା, ପର୍ଯ୍ୟବ୍ୟକ୍ଷକ ସମୁଏଲ ନାୟକ, ଜିଲ୍ଲା ପରିଷଦ ଚେୟାରମ୍ୟାନ ସମାରି ଟାଂଗୁଳୁ, ଚିତ୍ରକୋଣ୍ଡା ଚେୟାରମ୍ୟାନ ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବ୍ୟକ୍ଷକ ବିନୋଦ ବିହାରୀ ସାମନ୍ତରାୟ, ଯୁବ ସଭାପତି ରାଜକମଲ ପୁରୋହିତ, ପର୍ଯ୍ୟବେକ୍ଷକ ବିଜିତସିଂ, ସୋମନାଥ ବରସେ, ଶିବଖରା, ଦେବେନ୍ଦ୍ର ଦାସ, ଚିତ୍ରକୋଣ୍ଡା ୧ ନମ୍ବର ଜୋନର ସଂଯୋଜକ ବାଜି ମାଝୀ, ୨ ନମ୍ବର ଜୋନର ଉଦୟ ମଦରି, ବାଲିମେଳା ମଙ୍ଗଳା ପାଙ୍ଗି ସମସ୍ତେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ଜୟ ନବୀନର ନାରା ଦେଇଥିଲେ।

Leave A Reply

Your email address will not be published.