mobile header

ଟପ୍ପର ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କ ସହ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭିଡିଓ କଲ୍ ମାଧ୍ୟମରେ କଥା ହୋଇ ସମସ୍ତ ପଢା ଖର୍ଚ୍ଚ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ଆଶ୍ୱାସନା ଦେଲେ

ମାଲକାନଗିରି: ଟପ୍ପର ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲି ଉଚ୍ଚଶିକ୍ଷା ପାଇଁ ଅର୍ଥ ନାହିଁ, ମୂଲ ଲାଗୁଛନ୍ତି । ଏହି ଖବରଟି ଜିଲ୍ଲାର ସମସ୍ତ ଖବର କାଗଜ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତୁରନ୍ତ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ( ବବି ଭାଇ ) ମାଲକାନଗିରି ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଯୋଗାଯୋଗ କରି ଜିଲ୍ଲା ପର୍ଯ୍ୟବେକ୍ଷକ ସାମୁଏଲ୍ ନାୟକଙ୍କ ମାଧ୍ୟମରେ ଟପ୍ପର ବଣ୍ଡା ମେଧାବୀ ଛତ୍ରୀ କର୍ମା ମୁଦୁଲିଙ୍କ ସହ ଭିଡିଓ କଲରେ କଥା ହେଲେ ଓ ସମସ୍ତ ପଢା ଖର୍ଚ୍ଚ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ଆଶ୍ୱାସନା ଦେଲେ । ଏଥିରେ ଟପ୍ପର ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଡିଓ କଲରେ କଥା ହୋଇ ଖୁସି ବ୍ୟକ୍ତ କରିଛନ୍ତି । ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ସାମୁଏଲ୍ ନାୟକଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ତଥା ଜିଲ୍ଲା ଆଇନଜୀବୀ ସମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ଯୁବ ସମ୍ପାଦକ ବସନ୍ତ ନାୟକ, ଏସ୍ ଵାଲା ଓ ଯୁବ ଉପ ସଭାପତି କଣ୍ଟେସ ପୋଟଲା ପ୍ରମୁଖ ଉପସ୍ଥିତ ଥିଲେ । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ମା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। କର୍ମା ଆର୍ଥିକ ସହାୟତା ବହୁତ ଖୁସି ହୋଇଛନ୍ତି। ସେ ଏହି ଟଙ୍କାକୁ ଅନ୍ୟ ବାଟରେ ଖର୍ଚ୍ଚ ନକରି କେବଳ ପାଠ ପଢ଼ାରେ ଖର୍ଚ୍ଚ କରି ଭବିଷ୍ୟତରେ ଜଣେ ଉତ୍ତମ ଅଫିସର ହୋଇ ଗରିବଙ୍କ ସେବା କରିବେ ବୋଲି କହିଛନ୍ତି । ଗତ ବର୍ଷ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ସରକରୀ ଏସଏସଡି କଲେଜରେ ବଣିଜ୍ୟରେ ଅଧିକ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିବା କର୍ମା ମୁଦୁଲି ଉଚ୍ଚଶିକ୍ଷିତା ହେବା ପାଇଁ ସ୍ଵପ୍ନ ଦେଖିଛନ୍ତି। ଏଥିପାଇଁ ସେ ପ୍ରବଳ ଖରାରେ ମାଲକାନଗିରି ସହରରେ ମୁଣ୍ଡରେ ପଥର ଓ ବାଲି ବୋଝ ମୁଣ୍ଡାଇ କୁଲି ଖଟୁଥିବାର ମଙ୍ଗଳବାର ଦିନ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.