mobile header

ଶିଶୁ ଗୃହର ଅନ୍ତେବାସୀ ମାନଙ୍କ ପାଇଁ ଗ୍ରୀଷ୍ମ କାଳୀନ ଶିବିର ୨୦୨୩ର ଉଦଘାଟିତ

ମାଲକାନଗିରି, ୩୧/୦୫/୨୦୨୩: ବୁଧବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ମାଲକାନଗିରି ଓ ଜିଲ୍ଲା ପ୍ରଶାସନ ମାଲକାନଗିରି ଦ୍ୱାରା ଜିଲ୍ଲାରେ ଥିବା ତିନୋଟି ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଓ କର୍ମଚାରୀ ମାନଙ୍କୁ ନେଇ ଗ୍ରୀଷ୍ମ କାଳୀନ ଶିବିର -୨୦୨୩ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଟିତ ହୋଇଯାଇଅଛି I ଏହିଉ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସମାରି ଟାଙ୍ଗୁଲ, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ, ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନୁରାଧା ମହାନ୍ତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦାସ, କିଶୋର ନ୍ୟାୟ ବୋର୍ଡର ସମ୍ମାନୀୟ ସଦସ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ଶ୍ରୀଯୁକ୍ତ ମନୋଜ କୁମାର ସାହୁ ଓ ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀଯୁକ୍ତ ମନସ୍ଵୀ ସେଠୀ ଯୋଗଦାନ କରିଥିଲେ I ଏହିଉଦଘାଟନୀ ଉତ୍ସବକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ I ଉକ୍ତ ବରେଣ୍ୟ ଅତିଥି ମାନଙ୍କୁ ଆନୁଷ୍ଠାନିକ ଭାବେ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ମଞ୍ଚକୁ ଆମନ୍ତ୍ରଣ କରାଯାଇଥିଲା I ଏବଂ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଉତ୍ସବର ଉଦଘାଟନ ହୋଇଥିଲା I

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ଉକ୍ତ ଗ୍ରୀଷ୍ମ କାଳୀନ ଶିବିର ୩୧.୦୫.୨୦୨୩ରୁ ଆରମ୍ଭ ହୋଇ ୦୪.୦୬.୨୦୨୩ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ଚାଲିବIର ଉପଯୁକ୍ତ ବ୍ୟବସ୍ଥା କରାଯାଇଛି I ଏହି ଗ୍ରୀଷ୍ମ କାଳୀନ ଶିବିରରେ ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ପରିବର୍ତ୍ତନ ଶିଶୁଗୃହ, ମାଲକାନଗିରି, ନୀଳାଚଳ ଆଦିବାସୀ ସେବା ଶ୍ରମ କୋରୁକୋଣ୍ଡା, ଜୟ ଶିଶୁ ଗୃହ ଖଇରପୁଟର ୧୬୦ଜଣ ଅନ୍ତେବାସୀ ଓ ସମସ୍ତ କର୍ମଚାରୀ ଯୋଗଦାନ କରିଛନ୍ତି I ଏହି ଶିବିର ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ପରିପ୍ରକାଶ ଓ ସେମାନଙ୍କ ମଧ୍ୟରେ ଥିବା ସମ୍ଭାବନାର ବିକାଶ ପାଇଁ ଉଦ୍ୟମ କରାଯାଇଅଛି I ପ୍ରତ୍ୟକ ଶିଶୁ ଅନନ୍ୟର ଆଗ୍ରହ ଓ ଦକ୍ଷତାକୁ ଆଧାର କରି ସେମାନଙ୍କୁ ଆତ୍ମସୁରକ୍ଷାର କୌଶଳ, କଠିନ ପରିସ୍ତିତିର ମୁକାବିଲା, ସ୍ବଚ୍ଛ ଓ ସୁସ୍ଥ ରହିବାର କୌଶଳ, ଯୋଗ ଓ ଧ୍ୟାନର ପ୍ରଶିକ୍ଷଣ, ସଙ୍ଗୀତ, ନୃତ୍ୟ, ଅଭିନୟ ପ୍ରଶିକ୍ଷଣ, ତୀର ଚାଳନା ଓ ଶିଶୁ ଅଧିକାର ସମ୍ବନ୍ଧୀୟ ଆଇନ ଉପରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଅଛି

Leave A Reply

Your email address will not be published.