mobile header

ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣା

ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ରେ ସରକାରୀ କାର୍ଯ୍ୟ ଠପ

ମାଲକାନଗିରି: ମାଲକାନଗିରି ଜିଲ୍ଲାସ୍ତରୀୟ ମିଳିତ ଅମଲା ସଂଘର ଆଜି ଠାରୁ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସଂଘ ପକ୍ଷରୁ ପ୍ରକାଶ କରିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କୁ ନିଜର ଦାବି ଗ୍ରେଡ ପେ ୪୨୦୦/- ଲେବେଲ ୯ ପୂରଣ ବାରମ୍ବାର ଅନୁରୋଧ କରାଯାଇଥିଲା । କିନ୍ତୁ ଓଡ଼ିଶା ସରକାରଙ୍କ ବୈମାତୃକ ମନୋଭାବ, ଟାଳ ଟୁଳ ନୀତି ଓ କାଳ କ୍ଷେପଣ ନୀତି ପ୍ରତିବାଦରେ ଜୁନ ୧ ତାରିଖ ଠାରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଚାଲିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ସରକାରଙ୍କୁ ଅନୁରୋଧ କରି ୨୨.୫.୨୩ ଠାରୁ ୩୧.୫.୨୩ ପର୍ଯ୍ୟନ୍ତ ଅମଲା ମାନେ କଳା ବ୍ୟାଜ ପରିଧାନ କରି ପ୍ରତୀକ ଧର୍ମଘଟ ଜାରି ରହିଥିଲା କିନ୍ତୁ ରାଜ୍ୟ ସରକାର କୌଣସି କର୍ଣ୍ଣପାତ କଲେ ନାହିଁ କି ଦାବି ପୁରଣ ମଧ୍ୟ ହୋଇପାରିଲା ନାହିଁ । ତେଣୁ ବାଧ୍ୟ ହୋଇ ମିଳିତ ଅମଲା ପକ୍ଷ ରୁ ସମୂହ ଛୁଟି ସହ ଶାନ୍ତିପୂର୍ଣ୍ଣ ଧାରଣା ରେ ବସିଛନ୍ତି । ଫଳରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ଗୁଡ଼ିକ ଠପ୍ ହୋଇ ପଡ଼ିରହିଛି । ବ୍ଲକ୍ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ ଗୁଡ଼ିକରେ ଦୂର ଦୁରନ୍ତରୁ ଆସୁଥିବା ହିତାଧିକାରୀ ମାନେ ଅଫିସ କାର୍ଯ୍ୟାଳୟରେ ଅମଲା ମାନଙ୍କ ଟେବୁଲ୍ ଖାଲି ପଡ଼ିଥିବା ଦେଖି ନିରାଶ ହୋଇ ଫେରିଛନ୍ତି । ସରକାର ଯେ ଅମଲା ମାନଙ୍କ ଦାବି କେବେ ପୂରଣ କରିବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.