mobile header

ଜିଲ୍ଲା ପୋଲିସ ତରଫରୁ ସାମାଜିକ କାର୍ଯ୍ୟକ୍ରମ

ମାଲକାନଗିରି, ୩।୬: ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିଶ ବାଧ୍ୱାନୀଙ୍କ ନିର୍ଦେଶ କ୍ରମେ ମାଥିଲି ଥାନା ତରଫରୁ ଦଲଦଲି ଗ୍ରାମରେ ଏକ ସାମାଜିକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଆଖପାଖ ଅଞ୍ଚଳର ୫୦୦ରୁ ଉର୍ଧ ମହିଳା ପୁରୁଷ ଯୁବପୀଢି ଓ ଶିଶୁ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଥିଲି ଥାନା ଅଧିକାରୀ ରଂଜନ କୁମାର ମାଝୀ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଅଂଶଗ୍ରହଣ କରି ଉପସ୍ଥିତ ଜନସାଧାରଣଙ୍କୁ ସେମାନଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ପୋଲିସର ବିଶ୍ୱାସ ଭାଜନ ହେବା ସହ ସବୁ କ୍ଷେତ୍ରରେ ପୋଲିସକୁ ସହ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଲୋକମାନଙ୍କ ସହ ଯୋଗରେ ଆଜି ମାଲକାନଗିରି ଜିଲ୍ଲାରେ ମାଓ ସମସ୍ୟା ଦୁର ହେବାରେ ଲାଗିଛି । ପୂର୍ବରୁ ଭୟଭିତ ଅବସ୍ଥାରେ ଥିବା ଜନସାଧାରଣ ଆଜି ନିର୍ଭୟରେ ମନେ କରୁଛନ୍ତିା ପୋଲିସ ସବୁ ସମୟରେ ଲୋକଙ୍କ ସେବାରେ କାର୍ଯ୍ୟ କରୁଛି । ଏହି ଅବସରରେ ମହିଳାମାନଙ୍କୁ ଶାଢି, ଯୁବ ପୀଢିକୁ କ୍ରୀଡା ସାମଗ୍ରୀ, ଛୋଟ ଶିଶୁ ମାନଙ୍କୁ ପାଠ୍ୟ ଉପକରଣ ଓ ଖେଳନା ସାମଗ୍ରୀ ପ୍ରଦାନ କରା ଯାଇଥିଲା ।।

Leave A Reply

Your email address will not be published.