mobile header

ଟ୍ରେନ ଟ୍ରାଜେଡି: ଆହାତଙ୍କ ଲାଗି ରକ୍ତଦାନ

କଟକ, (ନୃସିଂହ ଚରଣ ଦାସ): ରକ୍ତ ଦାନ ମହତ ଦାନ । ଯାହାକୁ ହୃଦୟଙ୍ଗମ କରିଛନ୍ତି କଲେଜ ଛାତ୍ର ଛାତ୍ରୀ । ଶନିବାର କଟକ ଜିଲ୍ଲା ମାହାଙ୍ଗା ବ୍ଲକସ୍ଥ ପୁଷ୍ପଗିରି ମହାବିଦ୍ୟାଳୟ, ଯୁବ ରେଡକ୍ରସ୍ ତଥା ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ନେତୃତ୍ବରେ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ବାଲେଶ୍ବର ଜିଲ୍ଲା ବାହାନାଗା ରେଳ ଦୁଘର୍ଟଣାରେ ଆହାତଙ୍କ ଚିକିତ୍ସା ପାଇଁ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ରକ୍ତଦାନ କରିଥିଲେ । ସେମାନେ କଲେଜର ଯଶ ବଢାଇବା ସହ ମହାନତାର ପରିଚୟ ସୃଷ୍ଟି କରିଛନ୍ତି। ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି, ଅଧ୍ୟାପକ ଜଗନ୍ନାଥ ନାୟକ, ବିକାଶ କୁମାର ପଧାନ, ମାନସ କୁମାର ମହାନ୍ତି, ଗଗନ ମହାନ୍ତି, ନିରଞ୍ଜନ ସାମଲ ,ରଣଜୀତ କୁମାର ବେହେରା, ସୂର୍ଯ୍ୟକାନ୍ତ ସ୍ୱାଇଁ ଏବଂ ଅମୂଲ୍ୟ ପ୍ରସାର୍ ସାମଲ ରେଡକ୍ରସ୍ ରକ୍ତ ସଂଗ୍ରହ କେନ୍ଦ୍ରରେ ରକ୍ତଦାନ କରିଥିଲେ। ସ୍ୱେଚ୍ଛାସେବୀକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ବେଉରା, ପରିଚାଳନା ପରିଷଦର ସଭାପତି ପ୍ରଫେସର ରବିନ୍ଦ୍ର ନାଥ ମଲ୍ଲିକ, ଡଃ ନଳୀନ କୁମାର ସାହୁ, ଡଃ ଅଶୋକ କୁମାର ଖଟୁଆ, ପ୍ରଫେସର ଅବନୀ ରଂଜନ ନାୟକ, ଅଧ୍ୟାପକ ନିତ୍ୟାନନ୍ଦ ସାମଲ, ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.