mobile header

ଟ୍ରେନ ଟ୍ରାଜେଡିର ଶିକାର ଲକ୍ଷ୍ମୀଧର

କଟକ, (ନୃସିଂହ ଚରଣ ଦାସ): ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତ କୁଆଁଡୋଳ ଗ୍ରାମର ଶଙ୍କର୍ଷଣ ସାହାଣୀଙ୍କ କନିଷ୍ଠ ପୁତ୍ର ଲକ୍ଷ୍ମୀଧର ସାହାଣୀ (୨୧)ଙ୍କର ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଲକ୍ଷ୍ମୀଧର ବାଲେଶ୍ୱରରୁ ତାଙ୍କ ସାଙ୍ଗଙ୍କ ଘରୁ କଟକ ଫେରୁଥିବା ବେଳେ ବାହାନଗା ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗ୍ରାମରେ ଲକ୍ଷ୍ମୀଧରଙ୍କ ମୃତଦେହ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକେ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଏକ ଶୋଭାଯାତ୍ରାରେ ତାଙ୍କର ମରଶରୀରକୁ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ଖବର ପାଇ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପୂର୍ବତନ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଭୂପତି ଭୂଷଣ ଷଣ୍ଢ, ସରପଞ୍ଚ ପ୍ରଦୀପ୍ତ ପରିଡା, ପୂର୍ବତନ ସରପଞ୍ଚ ରବିନ୍ଦ୍ର ତ୍ରିପାଠୀ, ଯୁବ ନେତା ମନୋଜ ସେଠୀ, ବ୍ରଜମୋହନ ପଣ୍ଡାଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶୋକାକୂଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ଶବ ଦାହ କରାଯାଇଥିଲା ।

Leave A Reply

Your email address will not be published.