ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ପ୍ରତିଶ୍ରୁତି ଦେଲେ ସାଂସଦ

ମାଲକାନଗିରି, ୭।୬: ଗତ ଜୁନ୍ ୧ ତାରିଖ ଠାରୁ ସାରା ରାଜ୍ୟରେ ରାଜ୍ୟ ଅମଲା ସଂଘ ତରଫରୁ ଏକ ଦଫା ଦାବି ନେଇ ସମସ୍ତ ଅମଲା ମାନେ ସମୂହ ଛୁଟିରେ ରହିବା ସହ ତାଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ଧାରଣା ଦେଇଛନ୍ତି । ଏ ପରିପ୍ରେକ୍ଷୀରେ ନବରଙ୍ଗପୁର ସାଂସଦ ରମେଶ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଓ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ ସନ୍ଧ୍ୟାରେ ଧାରଣାସ୍ଥଳକୁ ଯାଇ ଅମଲା ମଞ୍ଚରେ ଥିବା ଅମଲା ମାନଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ମାଝୀ ପ୍ରକାଶ କରିଥିଲେ ଯେ, ତାଙ୍କର ଏହି ଏକ ଦଫା ଦାବିକୁ ତୁରନ୍ତ ପୁରଣ କରିବା ପାଇଂ ରାଜ୍ୟ ସରକାରଙ୍କୁ ନିଶ୍ଚିତ ଭାବେ ଜଣାଇବୁ । ରାଜ୍ୟ ସରକାର ନିଶ୍ଚିତ ଭାବେ ତାଙ୍କ ଏହି ଦାବିକୁ ପୁରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.