ଏୟାରଷ୍ଟ୍ରିପ ପାଚେରୀ ଭାଙ୍ଗି ଦୁଇ ଜଣ ମୃତକଙ୍କ ପରିବାରବର୍ଗଙ୍କୁ ଠିକାଦାରଙ୍କ ଦ୍ଵାରା ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ଓ ପାଚେରୀ ଭାଙ୍ଗି ନୂତନ ଭାବେ ନିର୍ମାଣ ହେବା ପରେ କଂଗ୍ରେସର ଆନ୍ଦୋଳନ ସ୍ତଗିତ
ମାଲକାନଗିରି: କାଳ ବୈଶାଖୀର ତାଣ୍ଡବ ଲୀଳାରେ କଟଲିଗୁଡା ଠାରେ ନିର୍ମାଣ ଧୀନ ଏୟାରଷ୍ଟ୍ରିପ ପାଚେରୀ ଭାଙ୍ଗି କାର୍ଯ୍ୟରତ ଦୁଇ ଶ୍ରମିକ ତିଳୋତ୍ତମା ବେନିଆ ଓ ମନୋଜ ହେମ୍ରମ ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିବାରବର୍ଗଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ ପାଇଁ ଘୋଷାଣା କରିଥିଲେ । ଏହି ସହାୟତା ରାଶି ଅତ୍ୟନ୍ତ କମ୍ ହେବାରୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହାୟତା ରାଶି ବୃଦ୍ଧି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ନଚେତ୍ ୯ ଜୁନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। କିନ୍ତୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଆଜି କଂଗ୍ରେସ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପାଚେରୀ ଭାଙ୍ଗି ମୃତକଙ୍କ ପରିବାରବର୍ଗଙ୍କୁ ଠିକାଦାର ଦେଇଥିବା ପ୍ରତ୍ୟେକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି କଂଗ୍ରେସ ପକ୍ଷରୁ ପ୍ରଦାନ କରାଯାଇଥିଲା । ଏବଂ ନିମ୍ନମାନର ପାଚେରୀ ନିର୍ମାଣ କେତେକାଂଶରେ ଭଙ୍ଗା ଯାଇ ନୂତନ ଭାବରେ ନିର୍ମାଣ ଚାଲିଥିବାରୁ ଜୁନ ୯ ତାରିଖରେ ହେବାକୁ ଥିବା ଆନ୍ଦୋଳନକୁ କଂଗ୍ରେସ ସ୍ତଗିତ କରିବା ପାଇଁ ନିଷ୍ପତି ନେଇଥିବାର ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ପ୍ରକାଶ କରିଥିଲେ । ଜିଲ୍ଲାରେ କୌଣସି ସମସ୍ୟା ଆସୁଥିଲେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସବୁବେଳେ ଲୋକଙ୍କୁ ସାହାଯ୍ୟ କରି ଆସୁଅଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହି ଅବସରରେ ମାଲା ମାଡ଼ି କୃଷ୍ଣ ଚନ୍ଦ୍ର ଅନୂଗୁ, ଜି ଶ୍ରୀନିବାସ ରାଓ, କେଶୁ ରାଓ, ପ୍ରାଣ କୃଷ୍ଣ ମଣ୍ଡଳ, ଇସାକ ଖୋଷାଲା, ପଦ୍ମ ପାଙ୍ଗି, ଈର୍ମା ପୋଡିଆମି, ପ୍ରଭାକର ପାଳ, ଛବି ଦାସ, ଭୀମା ୱାର୍ସେ ପ୍ରମୁଖ କଂଗ୍ରେସ ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ ।