କୋଟପାଡ଼: ଆଜି ଘୁମାର ମଣ୍ଡିରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ଆଜି ମା ଠାକୁରାଣୀ SHG ଗ୍ରୁପ, ଦୁଲାର୍ଦେଇ ଚାଉଳ ମିଲ, କୋତ୍ପଦ୍ମହାଭିର ମିଲ ଜମୁଣ୍ଡା, ସାଇ ସଦଗୁରୁ, ଭେଙ୍କଟଇଶ୍ଵର ରାଇସ ମିଲ, ଜଗତ ଜନନୀ ରାଇସ ମିଲ ପ୍ରମୁଖର ମିଲରସ ମାନେ ଉପସ୍ଥିତ ରହି ଚାଷୀ ମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ ସୁଧା କିଛି ଲାଭ ହୋଇନଥିବା ଜଣାପଡିଛି । ମିଲର ମାନେ ୫ରୁ ୬ କେଜି କଟନି କରିବାକୁ ଚାଷୀ ମାନେ ବିରୋଧ କରିବାରୁ ମିଲରସ୍ ମାନେ ସେଠୁ ଉଠି ଚାଲିଗଲେ । ଏହାପରେ ଚାଷୀ ମାନେ ଏହାକୁ ଦୃଢ଼ ବିରୋଧ କରିଥିଲେ। ସଭାପତି ସଞ୍ଜୟ ବେହେରା, ପପ୍ପୁ, ପୁରାଣ, ବାନାରଜି, ମନୋଜ, ଟ୍ରିପତି ବିଶୋଇ, ବିଜୟ ସୁନା, ସୁଦାମ ନାୟକ, ଲୁଲୁ ବିଶୋଇ, ମହେନ୍ଦ୍ର ବିଶୋଇ, ଭାସ୍କର ବିଶୋଇ, ହେମ ଧର, ଚିଣ୍ଟୁ ଦଳେଇ ପ୍ରମୁଖ ଚାଷୀ ଭାଗ ନେଇଥିଲେ । ଚାଷୀ ମାନଙ୍କୁ ଏପରି ଅସୁବିଧା କଲେ ୬ କେଜି ଧାନ ଦେବେ ବୋଲି ମିଲରସ ମାନେ ହଇରାଣ କରିବା କଥା ଚାଷୀ ମାନେ ପ୍ରକାଶ କରିଛନ୍ତି । ଆଗକୁ ବର୍ଷା ଋତୁ ଆସୁଥିବାରୁ ଚାଷୀଙ୍କ ମଣ୍ଡି କାମ ଆରମ୍ଭ ହୋଇନଥିବାରୁ ଚାଷୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଯଦି ଏହାର ଶୀଘ୍ର ସମାଧାନ ନ ହୁଏ ଆଇନକୁ ହାତକୁ ନେବା ପାଇଁ ପଛାଇବୁ ନାହିଁ ବୋଲି ପ୍ରଶାସନଙ୍କୁ ଚେତାବନୀ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.