ପୁନେ/ବାଙ୍ଗାଲୋର/ହାଇଦ୍ରାବାଦ/ଭୁବନେଶ୍ୱର, ୧୧ ଜୁନ ୨୦୨୩: କଳିଙ୍ଗ ସ୍ବରାଜ ୱମ୍ୟାନ ୱିଙ୍ଗ ର ୨୭୦୦୦ ଓଡ଼ିଆ ନାରୀ ମାନେ ଏହି ୪ ରାଜ୍ୟରେ ( ପୁନେ,ବାଙ୍ଗାଲୋର, ହାଇଦ୍ରାବାଦ, ଭୁବନେଶ୍ୱର ) ଏକତ୍ରିତ ହେଇ ସମାଜକୁ ଏକ ତୀବ୍ର ପ୍ରତିଧ୍ଵନି ଦେଉଛନ୍ତି । ଯେ ସେମାନେ ଏବେ ଘର, ପିଲା, ସଂସାର ସହିତ ଆଗେଇ ଆସିଛନ୍ତି ସମାଜ କୁ ସୁଧାରିବା ପାଇଁ । ଚାରି ଜାଗାରେ ଏକ ଦିନରେ ଏକ ସମୟରେ ସବୁ ଓଡ଼ିଆ ନାରୀ ଏହି ପ୍ରଗୋରମଟି କରି ତାଙ୍କର ସଂଘଟିତ ହେବାର ପରିଚୟ ଦେଇଛନ୍ତି ।
ଏହି ଶକ୍ତିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ରାଜ୍ୟସଭା ସାଂସଦ ଡ଼. ଅମର ପଟନାୟକ, ମେୟର ସୁଲୋଚନା ଦାସ, ପ୍ୟାଡ୍ ୱମ୍ୟାନ ଅନୁଶ୍ରୀ ଦାଶ, ଅଭିନେତ୍ରୀ ସ୍ୱପ୍ନା ପତି, କଳିଙ୍ଗ ସ୍ବରାଜ ଫାଉଣ୍ଡେସନର ପ୍ରତିଷ୍ଠାତା ଶିବାଶିଷ ସ୍ୱାଇଁ ଯୋଗ ଦେଇଥିଲେ ।
କଳିଙ୍ଗ ସ୍ବରାଜ ଫାଉଣ୍ଡେସନର ହାଇଦ୍ରାବାଦରେ ଓଡିଶା ଟ୍ରେନ ଦୁର୍ଘଟଣାକୁ ସମର୍ଥନ କରି ଆଜି ରକ୍ତଦାନ “ସାହାୟ୍ଯ” ମାଧପୁର ହାଇଦ୍ରାବାଦ ଠାରେ ଆୟୋଜିତ ମଧ୍ୟ କରିଛନ୍ତି ଯେଉଁଠି ବହୁତ୍ ଓଡ଼ିଆ ମାନେ ଆସି ଯୋଗ ଦେଇଛନ୍ତି । ଏହି ଭଳି ଏକ ସମୃଦ୍ଧି ଶାଳୀ ପରମ୍ପରାକୁ ବହନ କରି ଯେଉଁ ରଜ ଉତ୍ସବକୁ ଆମେ ପାଳନ କରୁଛୁ ତାକୁ ପ୍ରୋତ୍ସାହିତ କରିବା ପାଇଁ ଆମ ଭିତରେ ଅଜସ୍ର ପ୍ରେରଣା, ଉତ୍ସାହ ଭରି ଦେବା ପାଇ ଆସି ପହଞ୍ଚିଛନ୍ତି ଆମ ଗହଣରେ ରାଜ୍ୟସଭା ସାଂସଦ ଡ଼. ଅମର ପଟନାୟକ, ମେୟର ସୁଲୋଚନା ଦାସ, ପ୍ୟାଡ୍ ୱମ୍ୟାନ ଅନୁଶ୍ରୀ ଦାଶ, ଅଭିନେତ୍ରୀ ସ୍ୱପ୍ନା ପତି ଯାହାଙ୍କ ପ୍ରେରଣା ଓ କାର୍ଯ୍ୟାଧାରା ଆମକୁ ଉତ୍ସାହିତ କରିବ, ଅନୁପ୍ରାଣିତ କରିବ ବୋଲି ପ୍ରତିଷ୍ଠାତା ପ୍ରକାଶ କରିଛନ୍ତି ।
ଆମ କଳିଙ୍ଗ ସ୍ୱରାଜ ମହିଳା ଫାଉଣ୍ଡେସନ ତରଫରୁ ଗରିବ, ଅବହେଳିତ, ଅନଗ୍ରସର ମହିଳା ମାନଙ୍କୁ ସେମାନେ ପ୍ୟାଡ୍ ବାଣ୍ଟିବେ ଓ ମାସିକ ଋତୁସ୍ରାବ ସମୟରେ କିଭଳି ସ୍ୱଚ୍ଛତା, ସ୍ୱାସ୍ଥ୍ୟ କାରୀ ପଦକ୍ଷେପ ନେବେ ସେ ବିଷୟରେ ମଧ୍ୟ ପରାମର୍ଶ ଦେବେ ବୋଲି ପ୍ରତିଷ୍ଠାତା କହିଛନ୍ତି ।
କଳିଙ୍ଗ ସ୍ୱରାଜ ଫାଉଣ୍ଡେସନ ଏକ ଜାତୀୟ ସଂଗଠନ ଏହା କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ଥିବା ଚାରି ଲକ୍ଷ ଓଡ଼ିଆଙ୍କୁ ଏକାଠି କରିପାରିଛି । ୨୭୦୦୦ ଓଡ଼ିଆ ମହିଳାଙ୍କୁ ଏକତ୍ରିତ କରିପାରିଛି କଳିଙ୍ଗ ସ୍ୱରାଜର ମହିଳା ସଂଗଠନ ।
ଆଜି ଆମର ଯେଉଁ ଇଭେଣ୍ଟଟି ରଜ ଉତ୍ସବ ଉପଲକ୍ଷେ ଏଠାରେ ଅନୁଷ୍ଠିତ ହେଉଛି ତାହା କେବଳ ଏହିଠାରେ ସୀମିତ ନୁହେଁ । ରାଜ୍ୟ ବାହାରେ ପୁନେ, ହାଇଦ୍ରାବାଦ, ବାଙ୍ଗାଲୋର, ଭୁବନେଶ୍ୱର ଏହି ଚାରୋଟି ମହାନଗରୀ ଏହା ମହିଳା ସମାରୋହରେ ପାଳିତ ହେଉଚି ସକାଳ ୧୧ ଘଟିକାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗୋଟିଏ ଦିନ ଓ ଗୋଟିଏ ସମୟରେ ।
ଏହି ରଜ ଉତ୍ସବ ଆମ ସମାଜ ଏକ ଶକ୍ତିଶାଳୀ ବାର୍ତା ପ୍ରଦାନ କରେ । ଆମ ଓଡ଼ିଆ ଘରର ପ୍ରିୟ ରଜ ପର୍ବରେ ଅନ୍ତର୍ନିହିତ ରହିଛି ଏକ ବୈଜ୍ଞାନିକ କାରଣ ଯାହା ଭାରତ ବର୍ଷର କୋଣ ଅନୁକୋଣରେ ଏହି ଗୁଢ ଅର୍ଥକୁ ପହଞ୍ଚାଇ ପାରିଛି ଏହି ରଜ ଉତ୍ସବ । ରଜର ଅର୍ଥ ରଜସ୍ୱଳା ହେବା ଯାହା ଇଂରାଜୀରେ କହୁ MENSTURATION । ଗ୍ରୀଷ୍ମର ତାପ ପରେ ପରେ ଯେତେବେଳେ ମାଟି ପ୍ରଥମ ବର୍ଷାର ସ୍ପର୍ଶ ପାଏ, ଭୂମିକୁ ଚାଷ କରିବା ପୂର୍ବରୁ ବିଶ୍ରାମ ଦିଆଯାଏ । ତିନି ଧରି ଭୂମିରେ ହଳ ଲଙ୍ଗଳକୁ ବ୍ୟବହାର କରାଯାଏ ନାହିଁ । ମାଟି ମା ରଜସ୍ୱଳା ହୋଇଥାଏ ।
ଠିକ ସେମିତି ରଜ ସମୟରେ ନାରୀକୁ ମଧ୍ୟ ତିନି ଦିନ ଧରି ବିଶ୍ରାମ ଦିଆଯାଏ । ତାଙ୍କ ପାଇଁ ଉପହାର, ପିଠା ପଣା କରି ଖାଇବାକୁ ଦେବା, ପାଦରେ ଅଳତା, ହାତରେ ଚୁଡ଼ି ପିନ୍ଧାଇ ଦୋଳିରେ ଖେଳିବାକୁ ଦିଆଯାଇଥାଏ । ଆମେ ନାରୀତ୍ବକୁ ସମ୍ମାନ ଦେଉ । ତାକୁ ଆମେ ଆନନ୍ଦରେ ପାଳନ କରୁ ।
ମାସିକ ଋତୁସ୍ରାବ ବିଷୟରେ ଆମେ ଖୋଲାଖୋଲି କଥାବାର୍ତା କରୁ । ସାରା ପୃଥିବୀରେ ଆଜି ନାରୀ ସଶକ୍ତି କାରଣ, ନାରୀବାଦ, ନାରୀ ସ୍ୱାଧୀନତା ଉପରେ ଗୁରୁତ୍ୱ ଦିଆଯାଉଛି । ମାସିକ ଋତୁସ୍ରାବକୁ ଯେଉଁ ଅନ୍ଧବିଶ୍ୱାସ, କୁସଂସ୍କାର ରହିଛି ଯଥା ମନ୍ଦିର ଭିତରକୁ ପ୍ରବେଶ ନ କରିବା, ଛୁଆଁ ଅଛୁଆଁ ଭାବ ପୋଷଣ କରିବା । ଏହି କୁପ୍ରଥାକୁ ଦୂର କରିବା ଆମର ଏହି ମହାନ ଉତ୍ସବର ଏକ ମୁଖ୍ୟ ଅଂଶ ।
ଆମ ରଜ ଉତ୍ସବ ନାରୀ ମାନଙ୍କ ପାଇଁ ଆଣେ ଏକ ନୂତନ ବାର୍ତା ଯାହା ଏକ ଯୁଗାନ୍ତକାରୀ ସନ୍ଦେଶ । ଓଡିଶାର ସଂସ୍କୃତି ଓ ପରମ୍ପରା ଏତିହ୍ୟ ପୂର୍ଣ୍ଣ, ଉଚ୍ଚ କୋଟିର ଏହା ନିଃସନ୍ଦେହରେ ପ୍ରତିପାଦିତ କରେ ।