ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ୍ ବ୍ଲକ ଅନ୍ତର୍ଗତ ବଡ଼ ଦୁରାହେଲ ଗ୍ରାମ ପଞ୍ଚାୟତ ରେ ଦୀର୍ଘ ଦସନ୍ଦି ଧରି କୌଣସି ନେଟୱର୍କ ସୁବିଧା ନଥିଲା । ପୂର୍ବରୁ ଏହି ଅଞ୍ଚଳ ନକ୍ସଲ ପ୍ରବଣ ଥିଲା । ବଡ ଦୁରାହେଲ ଗ୍ରାମ ପଞ୍ଚାୟତ ଅଞ୍ଚଳବାସୀ ନବରଙ୍ଗପୁର ସାଂସଦଙ୍କୁ ମୋବାଇଲ ଟାୱାର ପାଇଁ ଲିଖିତ ଅଭିଯୋଗ ପରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲାର ବିଭିନ ଅଞ୍ଚଳରେ ମୋବାଇଲ ଟାୱାର ପାଇଁ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ଲିଖିତ ଆକାରରେ ଜଣାଇଥିଲେ ସେଥି ମଧ୍ୟରୁ ବଡ ଦୁରାହେଲ ଗ୍ରାମ ପଞ୍ଚାୟତର ବଡ ଦୁରାହେଲ ଗ୍ରାମ ଉଲ୍ଲେଖ ଥିଲା । ଆଜି ମାନ୍ୟବର ନବରଙ୍ଗପୁର ସାଂସଦଙ୍କ ପାଇଁ ଜିଓ ଟାୱାର ନିର୍ମାଣ ହୋଇ ଆଜି ଶୁଭ ଉଦଘାଟିତ ହୋଇ ମୋବାଇଲ ଟାୱାର ପରିଚାଳିତ ହୋଇଛି । ବଡ ଦୁରାହେଲ ଗ୍ରାମ ପଞ୍ଚାୟତବାସୀଙ୍କ ତରଫରୁ ସରପଞ୍ଚ ଭିକାରୀ କିର୍ଶାନୀ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଙ୍କୁ ଧନ୍ୟବାଦ ଦେବା ସହ ସରପଞ୍ଚ, ସାଂସଦଙ୍କ ନିର୍ଦ୍ଦେଶ କ୍ରମେ ନଡ଼ିଆ ବାଡେଇ ମୋବାଇଲ ଟାୱାରର ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସହ ସମିତି ସଭ୍ୟ ଚୈତନ କିର୍ଶାନୀ, ଗ୍ରାମ ମୁଖିଆ ଭିକାରୀ ପାଙ୍ଗି, ସୋନୁ ପାଙ୍ଗି ଓ କୃଷ୍ଣ କ୍ରିଷାଣୀ ପ୍ରମୁଖଙ୍କ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.