ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାସ୍ତରୀୟ ଅମଲା ମଞ୍ଚର ଧାରଣା ଆଜିକୁ ୨ ସପ୍ତାହରୁ ଉର୍ଦ୍ଧ୍ବ ଜାରି ରହିଛି । ଜିଲ୍ଲା ଅମଲା ସଂଘ ପକ୍ଷରୁ ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଆରା ଢଙ୍ଗରେ ଦାବି ଉପସ୍ଥାପନ କରିଛନ୍ତି। ରାଜରାସ୍ତା କଡ଼ରେ ଅମଲା ମଞ୍ଚ ପକ୍ଷରୁ ୪୨୦୦ ଗ୍ରେଡ ପେ ସହିତ ମୂଳ ଦରମା ୯ ହଜାର ଶହ ଦାବିରେ ଆଜି ଚା, ପୋକୁଡ଼ି ଓ କାକରା ବିକ୍ରି କରିବା ଚିତ୍ର ଏକ ନିଆରା ଢଙ୍ଗ। ସାମୁହିକ ଛୁଟି ସହିତ ନିଜର ଧାରଣା ଜାରି ରଖିଛନ୍ତି ଅମଲା ମଞ୍ଚ ଏଥି ପୂର୍ବରୁ ଅମଲା ମଞ୍ଚ ମାଲକାନଗିରି ପକ୍ଷରୁ ଧାରଣାସ୍ଥଳରେ ରକ୍ତ ଦାନ କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି । ବାଲେଶ୍ଵର ବାହାନଗା ଠାରେ ରେଲ ଦୁର୍ଘଟଣାରେ ଆହତଙ୍କ ପାଇଁ ଜରୁରୀ ଥିବା ରକ୍ତଦାନ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବସଷ୍ଟାଣ୍ଡ ଠାରେ ସଫେଇ କାର୍ଯ୍ୟ ମଧ୍ୟ କରିଛନ୍ତି। ଆଜିର ଅଭିନବ ପ୍ରୟାସରେ ଯାହା ବିକ୍ରି ହୋଇ ଅର୍ଥ ଉପାର୍ଜନ ହେବ ତାହା ଏହି ଆନ୍ଦୋଳନକୁ ଜାରି ରଖିବାରେ ଖର୍ଚ୍ଚ କରାଯିବ ବୋଲି ମିଳିତ ଅମଲା ସଂଘ ପକ୍ଷରୁ କୁହାଯାଇଛି। ଯେତେ ଦିନ ପର୍ଯ୍ୟନ୍ତ ଆମର ଏହି ନ୍ୟାର୍ଯ୍ୟ ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିନାହାନ୍ତି ଆମର ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର ନେତ୍ରୁ ବର୍ଗ ଶ୍ୟାମ ସୁନ୍ଦର ନାୟକ, ଲକ୍ଷ୍ମୀ ନାରାୟଣ ଦାସଙ୍କ ପକ୍ଷରୁ ଚେତାବନୀ ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ଅମଲାଙ୍କ ଦାବି କେବେ ପୂରଣ କରୁଛନ୍ତି ତାହାହିଁ ଦେଖିବାକୁ ବାକି ରହିଲା ।
Sign in
Sign in
Recover your password.
A password will be e-mailed to you.