ମାଲକାନଗିରି: ଆଜି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜ଼ିଲ୍ଲା ଗସ୍ତ କରି ମାଲକାନଗିରି ପୌର ପରିଷଦରେ ସାଂସଦ ପାଣ୍ଠିରୁ ଅନୁଦାନ ଦେଇଥିବା ୭ଟି ୱାର୍ଡ଼ର ୧୩ ଗୋଟି ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେରେ ପୌର ପରିଷଦ ଅଧକ୍ଷ ମନୋଜ କୁମାର ବାରିକ, ଉପାଧ୍ୟଷା ଶ୍ରୀମତି କବିତା ମହାନ୍ତ, ଆଇନ୍ ସାମ୍ମୁଖ୍ୟ ସଭାପତି ତଥା ଜ଼ିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଜ଼ିଲ୍ଲା ବାର ଆସୋସିଏସନ ସଭାପତି ଲମ୍ବୋଧର ତୁରୁକ, ମାଲକାନଗିରି ଜ଼ିଲ୍ଲା ବିଜୁ ମହିଳା ପର୍ଯ୍ୟବେକ୍ଷକ ତଥା ବିଜୁ ମହିଳା ରାଜ୍ୟ ସାଧାରଣ ସୋମ୍ପାଦିକା ଶ୍ରୀମତି ଲରା ମହାପାତ୍ର, ଜ଼ିଲ୍ଲା ବିଜୁ ମହିଳା ସଭାନେତ୍ରୀ ତଥା ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଲଷ୍ମୀପ୍ରିୟା ନାୟକ, ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ସାମୁଏଲ୍ ନାୟକ, ସାଂସଦ ପ୍ରତିନିଧି କୃଷ୍ଣ ଚନ୍ଦ୍ର ପାଳ, ସାଂସଦ ପ୍ରତିନିଧି ବି.କାମେଶ୍ୱର ରାଓ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ମାଲକାନଗିରି ପୌର ପରିଷଦ ପର୍ଯ୍ୟବେକ୍ଷକ ମଙ୍ଗଳା ପାଙ୍ଗି, ସମସ୍ତ ୱାର୍ଡ଼ କାଉନସିଲର, ଜ଼ିଲ୍ଲା ଯୁବ ଉପସଭାପତି କଣ୍ଟେଶ୍ୱର ପୋଟଲା, ସମ୍ପାଦକ ବସନ୍ତ ନାୟକ, ଏସ.ଏସ.ନାଥନ, ଯୁବ ନେତା ତଥା ପୁର୍ବତନ କାଉନସିଲର ଶୁକଦେବ ବୈରାଗୀ, ସୁରେନ୍ଦ୍ର ବେମାଲ, କେ.ରାହୁଲ, ସଂକର ପାଣିଗ୍ରାହି, ସତ୍ୟଜିତ ଗୌଡ଼ଙ୍କ ସହ ବହୁ ବୁଦ୍ଧିଜୀବୀ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.