ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସମାନ କାମକୁ ସମାନ ଦରମା ପ୍ରଦାନ ପାଇଁ ଦାବି ରଖିଛନ୍ତି ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ। ଆଗରୁ ନଭେମ୍ବର ୨୬ ନିଜର ଦରମା ବଢ଼େଇବା ଦାବି ରଖି ଆନ୍ଦୋଳନକୁ ଅହ୍ଲାଇଥିଲେ କିନ୍ତୁ ସରକାର ୩ ମାସ ସମୟ ମାଗିଥିଲେ ହେଲେ କୌଣସି ସୁଫଳ ମିଳିନଥିଲା। ପୁଣି ମାର୍ଚ୍ଚ ମାସରେ ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ ଆନ୍ଦୋଳନ କରିଥିଲେ ହେଲେ ସରକାର ପ୍ରତିଶୃତି ଦେଇଥିଲେ ସମାଧାନ କରିବାକୁ କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା। ତେଣୁ ଆଜି ପୁଣି ଥରେ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଆଉଟସୋର୍ସିଙ୍ଗ କର୍ମଚାରୀ ଜିଲ୍ଲାର ଅନେକ କାମ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଉଚିତ ମୂଲ୍ୟ ଦିଆ ଯାଉନାହିଁ ଯାହା ଫଳରେ ମହଙ୍ଗା ବଜାରରେ ପରିବାର ଚଳାଇବା କଷ୍ଟ ହେଉଥିବାରୁ ସମାନ କାମକୁ ସମାନ ଦରମା ଦାବି କରିଛନ୍ତି ଆଉଟସୋର୍ସିଙ୍ଗ କର୍ମଚାରୀ। ଯଦି ଆସନ୍ତା ୩୦ ତାରିଖ ସୁଦ୍ଧା ଏହାର କୌଣସି ସ୍ଥାୟୀ ସମାଧାନ ନ କରାଯାଏ ତାହାଲେ ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ମାଲକାନଗିରି ଜିଲ୍ଲାର ଆଉଟସୋର୍ସିଙ୍ଗ କର୍ମଚାରୀ।

Leave A Reply

Your email address will not be published.