କାନ୍ଦୁଛି ଖଣ୍ଡଦେଉଳି: ପରୀକ୍ଷା ଥିବାରୁ ଭଉଣୀ ପାଖେ ନ ରହି ବାଧ୍ୟରେ ମିନିବସରେ ଆସୁଥିଲେ ରୁପାଲି

ଦ୍ରୁତ ଥିଲା କି ବସର ବେଗ! ଅନୁଭୂତି ବଖାଣିଲେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ମହିଳା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ଜଣଙ୍କର ଜୀବନ। ତେବେ ବସଟି ଦ୍ରୁତଗତିରେ ଯାଉଥିଲା ନା ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ? ଦୁର୍ଘଟଣା ପରେ ଏଭଳି କିଛି ପ୍ରଶ୍ନ ଉଠିଥିବାବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ମହିଳା କହିଛନ୍ତି ଯେ ବସର ବେଗ ଅଧିକ ନଥିଲା କି ଡ୍ରାଇଭର ମଦ୍ୟପାନ କରିନଥିଲେ । ବରଂ ବିପରୀତ ଦିଗରୁ ଭୁବନେଶ୍ବର ଆସୁଥିବା ଓଏସଆରଟିସି ବସଟି ଦ୍ରୁତବେଗରେ ଆସି ମିନିବସକୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଅକାଳରେ ମୃତ୍ୟୁମୁଖରେ ପଡ଼ିଥିବା ୧୧ ଜଣଙ୍କ ମଧ୍ୟରେ ଥିଲେ ରୁପାଲି ପ୍ରଧାନ ।

ଗତକାଲି ରୁପାଲି ହିଁ ଶାଳୀ ହିସାବରେ ଭଉଣୀ-ଭିଣୋଇଙ୍କ ହାତଗଣ୍ଠି ଫିଟାଇଥିଲେ । ଏହାପରେ ସେ ଭଉଣୀ ସୋନାଲିଙ୍କ ରିସେପ୍ସନରେ ଯୋଗଦେବାକୁ ପ୍ରହ୍ମପୁର ଯାଇଥିଲେ।  ଭୋଜି ଖାଇ ଫେରୁଥିଲା ବେଳେ ଡାକିନେଲା ମୃତ୍ୟୁ | ତେବେ ସମ୍ପର୍କୀୟଙ୍କ କହିବା ମୁତାବକ ରୁପାଲିଙ୍କୁ କୁହାଯାଇଥିଲା ଯେ ଏହି ବସରେ ନ ଘରକୁ ନ ଫେରି ଭଉଣୀ ସୋନାଲିଙ୍କ ପାଖରେ ରହିଯାଆନ୍ତୁ । କିନ୍ତୁ ସୋମବାର ପରୀକ୍ଷା ଥିବାରୁ ସେ ବାଧ୍ୟ ହୋଇ ବସରେ ହିଁ ଅନ୍ୟମାନଙ୍କ ସହ ଫେରୁଥିଲେ । ଆଉ ଏହି ଯାତ୍ରା ହିଁ ତାଙ୍କ ଜୀବନର ଶେଷ ଯାତ୍ରା ପାଲଟିଗଲା।

ମିଳିଥିବା ସୂଚନା ମୁତାବକ ରବିବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ବ୍ରହ୍ମପୁରରୁ ଆସୁଥିବା ମିନିବସଟି ଖେମୁଣ୍ଡି କଲେଜ୍‌ ଛକ ପାର୍‌ କରି ମଳଭଞ୍ଜା ନିକଟରେ ପହଞ୍ଚିଥିଲା। ଆଉ ମାତ୍ର ୪ କିଲୋମିଟର୍‌ ପରେ ଗାଁରେ ପହଞ୍ଚିଥାଆନ୍ତେ ବସ୍‌ରେ ଥିବା ୩୦ ଜଣ ଯାତ୍ରୀ। ଏହି ସମୟରେ ସାମ୍ନାରୁ ଦ୍ରୁତଗତିରେ ଆସୁଥିବା ଓଏସଆର୍‌ଟିସିର ବସ ସହ ଧକ୍କା ଖାଇ ଓଲଟି ପଡିଥିଲା ମିନିବସ୍।

Leave A Reply

Your email address will not be published.