କଟକ, (ନୃସିଂହ ଚରଣ ଦାସ : ଲୋକ ରାସ୍ତାରେ ଚାଲିବେ । ଯିବା ଆସିବାରେ ସୁଗମ ହେବ । ଗାଁ ସହ ସହର ଯୋଡି ହେବ । ଏନେଇ ଗ୍ରାମ୍ୟ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କରାଯାଇଛି ସାମିଲ ।ହେଲେ ରାସ୍ତା ମାସେ ବି ଗଲାନି। ଫାଟକୁ ଦେଖନ୍ତୁ କେମିତି ଜଳଜଳ ଦେଖାଯାଉଛି। ଆଗରୁ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଯାହାର ବାସ୍ତବତା ସମସ୍ତଙ୍କ ସାମ୍ନାରେ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲାର ମାହାଙ୍ଗା ବ୍ଲକରେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଖନ୍ଦୋଳ ଠାରୁ ଝାଡେଶ୍ୱରପୁର (ଭାୟା ଉମର) ରାସ୍ତାରେ । ଟେଣ୍ଡର ପରେ ରାସ୍ତା କାମ ହୋଇଥିଲା । ମାତ୍ର ରାସ୍ତା କାମ ଲୋକଙ୍କ ଲାଗି ପାଲଟିଥିଲା ଅଭିଶାପ । ଠିକାଦାରର ମାନମାନି ଯୋଗୁଁ ଆଉ ଲୋକେ ଭୋଗିଥିଲେ ଦୁର୍ଦ୍ଦଶା । ନାଁ କହିପାରୁଥିଲେ ନା ସହିପାରୁଥିଲେ । ଏଭଳି ଯମ ଯନ୍ତ୍ରଣା ଭୋଗୁଥିଲେ ୫ ହଜାର ଲୋକ । ଏଥିପ୍ରତି ନାଁ ଥିଲା ବିଧାୟକଙ୍କ ଦରଦ ନାଁ ବିଭାଗୀୟ ଅଧିକାରୀଙ୍କ ତଗିଦ । ସତେ ଯେମିତି ଠିକାଦାରର ଚକ୍ରବିହ୍ଵରେ ଅମଲା । ପ୍ରଶ୍ନ ଉଠୁଛି ଏତେ ସାହସ ଠିକାଦାରର ଆସିଥିଲା କୋଉଠୁ । ଯାହାକି ଚିନ୍ତାର ବିଷୟ । ଏହି ରାସ୍ତା ଦେଇ ବ୍ଲକର ପଲିସାହି, ଭଉଁରୀଆ, ଓ ଉମର ପଞ୍ଚାୟତ ଲୋକ ଯାତାୟାତ ଲାଗି ନିର୍ଭର କରୁଛନ୍ତି । ସେହିପରି ଏହି ରାସ୍ତା ଦେଇ ଭଗବତୀ ବିଦ୍ୟାଳୟ, ପଲିସାହି ସରକାରୀ ବାଳିକା ନୋଡ଼ାଲ ବିଦ୍ୟାଳୟ, ପନ୍ଦରବାଟିଆ ହାଇସ୍କୁଲ ସମେତ ମାହାଙ୍ଗା ମହିଳା ମହାବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ଯିବା ଆସିବା କରୁଛନ୍ତି । ଅନ୍ୟ ପଞ୍ଚାୟତର ବାଟୋଇ ମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତାରେ ପାଣି ପକା ନଜିବାରୁ ବାଟୋଇମାନଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। କେନାଲ ଭିତରେ ପାଚେରୀ ନିର୍ମାଣ କରାଯଇଛି । ଆଗାମୀ ଦିନରେ ପାଣି ଯିବାରେ ଅସୁବିଧା ହେବ ।
Sign in
Sign in
Recover your password.
A password will be e-mailed to you.