ଭୁବନେଶ୍ୱର: ରାତିଅଧରେ ରାଜଧାନୀ ଅଶାନ୍ତ । କର୍ପୋରେଟରଙ୍କ ଭାଇ, ପୁତୁରାଙ୍କୁ ଗୁଳିମାଡ଼ । ଗତରାତି ଅଧରେ ଭୁବନେଶ୍ବରରେ ଗର୍ଜିଛି ବନ୍ଧୁକ। ତାହା ପୁଣି ପୁଲିସ ସମ୍ମୁଖରେ। ଗୁଳିକାଣ୍ଡ ଯୋଗୁ ବାପ ପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ ୩୨ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଝାରପଡ଼ାର ଶିଖର ଜେନା ଓ ତାଙ୍କ ସାନ ପୁଅ ଆଲୋକ ଜେନା।
ଖବର ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ପ୍ରଜାପତି ମଣ୍ଡପ ନିକଟରେ ୧୦ରୁ ୧୨ଜଣ ଲୋକ କାର ଓ ବାଇକରେ କର୍ପୋରେଟର ଶ୍ରୀଧର ଜେନାଙ୍କ ବଡ଼ ଭାଇ ଶିଖର ଜେନା ଓ ତାଙ୍କ ପୁଅ ଆଲୋକ ଜେନାଙ୍କ ସହ ମୁହାଁମୁହିଁ ହୋଇ ଯୁକ୍ତି ତର୍କ କରିଥିଲେ । ଗତ ନିର୍ବାଚନରେ ତାଙ୍କର ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ପ୍ରଭାତ ମାର୍ଥା ଥିବା ଅଭିଯୋଗ କରିଛନ୍ତି କର୍ପୋରେଟର। କିଛି ସମୟ ପାଇଁ ବଚସା ଜୋରସୋର ହୋଇଥିଲା, କୌଣସି ମତେ ସୂଚନା ପାଇ ପିସିଆର ଭ୍ୟାନ ଆସିବା ବେଳକୁ ଚାଲିଥିଲା ବ୍ଲାଙ୍କ ଫାଇରିଂ ହୋଇଥିଲା ।
ସ୍ଥିତି ବିଗୁଡୁଥିବା ଦେଖି ପିସିଆର ଷ୍ଟାଫ ଅଫିସରଙ୍କୁ ଖବର ଦେଇଥିଲେ । ଏହାପରେ ପୋଲିସ ସାମ୍ନାରେ କର୍ପୋରେଟରଙ୍କ ବଡ଼ ଭାଇ ଶିଖର ଜେନାଙ୍କ ବାମ ପଟ ଗୋଡ଼କୁ ଗୁଳି ମାଡ଼ ସହ ପୁଅ ଆଲୋକ ଜେନାଙ୍କ ଡାହାଣ ଗୋଡ଼କୁ ଗୁଳି ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ପୋଲିସ ଜଣକୁ କାବୁ କରିଥିଲା । ଶିଖରଙ୍କ ବାମ ଗୋଡ଼ ଆଣ୍ଠୁ ତଳେ ଗୋଟିଏ ଗୁଳି ବାଜିଥିବା ବେଳେ ରିଙ୍କୁଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସେପଟେ ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚୁରା ଚାଲିଛି । ଏହି ଯୁବକ ଜଣକ ଅଣ ଓଡ଼ିଆ, ତା ପାଖରୁ ୨ଟି ବନ୍ଧୁକ ଧରା ପଡ଼ିଛି । କମିଶନରେଟ ପୋଲିସ ରାତାରାତି ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ।