ମାଲକାନଗିରି: ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନରେ ମାଲକାନଗିରି ଜିଲ୍ଲାର ୨ ଜଣ ଦୃଷ୍ଟିବାଧିତ ଛାତ୍ରଙ୍କୁ ୨ଟି ଲାପଟପ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଆଜି ଦିବ୍ୟ ରଞ୍ଜନ ମହାନ୍ତି ଓ କୁନାଲ ଚନ୍ଦ୍ର ଦାସଙ୍କୁ ଦୁଇଟି ଲାପଟପ ପ୍ରଦାନ କରିଛନ୍ତି। ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ଗ୍ରାମର ଦିବ୍ୟ ରଞ୍ଜନ ମହାନ୍ତି ୪୫ ପ୍ରତିଶତ ଦୃଷ୍ଟିବାଧିତ ଅଟନ୍ତି। ସେ ଜୟପୁର ସ୍ଥିତ ବିକ୍ରମଦେବ ସ୍ବଂୟଶାସିତ ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି କମ୍ପ୍ୟୁଟର ସାଇନ୍ସ ବିଭାଗ ଶେଷ ବର୍ଷ ପରୀକ୍ଷା ଦେଇଛନ୍ତି। ସେହିଭଳି କାଲିମେଳା ଠାରେ କୁନାଲ ଚନ୍ଦ୍ର ଦାସଙ୍କ ଘର। ସେ ଗଞ୍ଜାମ ଜିଲ୍ଲା ଖଲିକୋଟ ମହାବିଦ୍ୟାଳୟରେ କେମେଷ୍ଟ୍ରି ବିଭାଗରେ ପିଜି ଦ୍ବିତୀୟ ବର୍ଷ ପରୀକ୍ଷା ଦେଇଛନ୍ତି। ସେମାନଙ୍କୁ ପାଠପଢାରେ ଏହି ଲାପଟପ ସହଯୋଗ କରିବ ବୋଲି ମାଲକାନଗିରି ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post