ଅଭିଯୁକ୍ତ ଜଣକ ହେଲା ପରବେଶ ଶୁକ୍ଳା। ସ୍ଥାନୀୟ ପୁଲିସ ତା’ ବିରୋଧରେ ଆଇପିସିର ଧାରା ୨୯୪ ଓ ୫୦୪ ସହ ଏସ୍ସି/ଏସ୍ଟି ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି।
ସିଦ୍ଧି: ସାମ୍ନାକୁ ଆସିଛି ଅତ୍ୟନ୍ତ ଲଜ୍ଜାଜନକ ଭିଡିଓ। ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରସ୍ରା କରିବା ଭଳି ଘୃଣ୍ୟ କାଣ୍ଡ ଘଟାଇଛନ୍ତି ଜଣେ ବ୍ୟକ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଏହି ଘୃଣ୍ୟ କାମର ଶିକାର ହୋଇଥିବା ଆଦିବାସୀ ଶ୍ରମିକ ଜଣଙ୍କ ହେଲେ ପାଲେ କୋଲ। ତାଙ୍କ ଘର ସିଦ୍ଧିରେ ଓ ସେ ଶ୍ରମିକ ଭାବେ କାମ କରନ୍ତି। ଘଟଣା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ଆଡ଼କୁ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଅଭିଯୁକ୍ତ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବା ଏନଏସ୍ଏ ଲାଗୁ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲେଖିଛନ୍ତି, “ସିଦ୍ଧି ଜିଲ୍ଲାର ଗୋଟିଏ ଭାଇରା ଭିଡିଓ ମୋ ନଜରକୁ ଆସିଛି। ମୁଁ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଦୋଷୀ ବିରୋଧରେ ଏନଏସ୍ଏ ଲାଗୁ କରାଯାଇଛି। ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ଘଟଣାରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ଶ୍ରମିକ ଜଣଙ୍କ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି। ସେ ପୁଲିସ୍ରେ ଅଭିଯୋଗ ମଧ୍ୟ କରି ନାହାନ୍ତି। ଘଟଣାଟି ବିଚ୍ ରାସ୍ତାରେ ୬ ଦିନ ତଳେ ଘଟିଥିବା ବେଳେ ପୁଲିସ୍ ମଙ୍ଗଳବାର ଅପରାହ୍ନ ୪ଟାରେ ହିଁ ଏହାକୁ ଜାଣିବାକୁ ସକ୍ଷମ ହୋଇଛି। ବ୍ୟକ୍ତି ଜଣକ ପରିସ୍ରା କରିବା ବେଳେ ବେଶ ଷ୍ଟାଇଲରେ ସିଗାରେଟ ମଧ୍ୟ ଟାଣୁଥିବା ଦେଖିବାକୁ ମିଳିଛି।
ଅଭିଯୁକ୍ତ ଜଣକ ହେଲା ପରବେଶ ଶୁକ୍ଳା। ସ୍ଥାନୀୟ ପୁଲିସ ତା’ ବିରୋଧରେ ଆଇପିସିର ଧାରା ୨୯୪ ଓ୫୦୪ ସହ ଏସ୍ସି/ଏସ୍ଟି ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି।