ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହେଇଯାଇଛି। ମାଲକାନଗିରି ବ୍ଲକର ମୋଟ ୧୯ଟି ପଞ୍ଚାୟତରେ ହୋଇଥିବା ପଞ୍ଚଦଶ ଅର୍ଥ କମିଶନ ଓ ମନରେଗା କାର୍ଯ୍ୟକୁ ସମୀକ୍ଷା ଦଳ ସମୀକ୍ଷା କରିଥିଲେ । ଏହି ସମୀକ୍ଷାରେ କିଛି ମନରେଗା କାର୍ଯ୍ୟରେ ସୂଚନା ଫଳକ ନ ଥିବା, ନରେଗାର କିଛି କେଶ ରେକର୍ଡରେ ମୋଷ୍ଟର ରୋଲ ଲାଗି ନଥିବା ଓ ମାପ ବହି ସମୀକ୍ଷା ଦଳକୁ ଯାଞ୍ଚ ନିମନ୍ତେ ନ ଦେବା ଭଳି ଅଭିଯୋଗର ଶୁଣାଣି କରାଯାଇଥିଲା । ଏହା ବ୍ୟତୀତ ପଞ୍ଚଦଶ ଅର୍ଥ କମିଶନରେ ନିମ୍ନମାନର କାମ ହେଉଥିବା ଭଳି ଅନେକ ତ୍ରୁଟିର ଶୁଣାଣି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ, ଲୋକପାଳ ଅଧିକାରୀ ସୁନାକର ପାଳ, ବିଡିଓ ଅଜୟ କୁମାର ପ୍ରଧାନ ସମେତ ଏପିଓ ମେନକା ପ୍ରଧାନ, ବିପିସି ମନୋରଞ୍ଜନ ଦାସଙ୍କ ସମେତ ୧୯ଟି ପଞ୍ଚାୟତରୁ ଆସିଥିବା ସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଭ୍ୟ, ଜେଇ, ଜିଆରଏସ, ପିଇଓଙ୍କ ସମେତ ୧୯ଟି ପଞ୍ଚାୟତର ୧୦୦ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.