ସୋଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୧୦/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଛତାବରଠାରେ ଅବସ୍ଥିତ କୃଷି ଅନୁସନ୍ଧାନ ଫାର୍ମରେ ଶୁକ୍ରବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କୃଷି ମହାବିଦ୍ୟାଳୟର ପରାମର୍ଶଦାତା ପ୍ରଫେସର ବିଜୟ କୁମାର ସାହୁ, ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଓ ସୋଆର ଆଡିସନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣର ମହତ୍ୱ ବିଷୟରେ ଅବଗତ କରାଇଥିଲେ ।

କାର୍ଯ୍ୟକ୍ରମର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ବୃକ୍ଷରୋପଣ ଦ୍ୱାରା କିପରି ଜଳବାୟୁ ପରିବର୍ତନ ସମସ୍ୟାର ସମାଧାନ କରାଯାଇ ପାରିବ ସେ ବିଷୟରେ ବୁଝାଇଥିଲେ ।

ଏହି ଅବସରରେ କୃଷି ଅନୁସନ୍ଧାନ ଫାର୍ମ ଛତାବରରେ ସମୂହ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫେସର ବିବୁଧ ପରାଶର, ପ୍ରଫେସର ଅଜୟ କୁମାର ପଟ୍ଟନାୟକ, ଡ. ଶୁଭପ୍ରଦ ଦାଶ, ଡ. ଜଗଦୀଶ ଜେନା, ଅମ୍ରିତ ମହାପାତ୍ର, ଶୁଭେନ୍ଦୁ ଜେନା, ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.