ମାଲକାନଗିରି: ମାଲକାନଗିରି ବିଡିଓ ସୁଶ୍ରୀ ପ୍ରଭାତୀ ଝଡ଼ିଆ ଦାୟିତ୍ଵ ଗ୍ରହଣ କରିବା ପରେ ଅଚାନକ ତମସା ପଞ୍ଚାୟତ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିପରି ଚାଲିଛି ତାହା ତଦାରଖ କରିବା ପାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ । ଏମ.ଭି. ୭ ଗ୍ରାମରେ ଥିବା ୫-ଟି ସ୍କୁଲ ନିର୍ମାଣ କାର୍ଯ୍ୟ, ସ୍କୁଲର ସମସ୍ୟା ସଂପର୍କରେ ସ୍କୁଲ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପଚାରି ବୁଝିଥିଲେ । ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ । ପରେ ସେହି ଗ୍ରାମରେ ଚାଲିଥିଲା ଅମୃତ ସରୋବର କାର୍ଯ୍ୟ କିପରି ଚାଲିଛି ତଦାରଖ କରିଥିଲେ । ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରି ଶୀଘ୍ର ସରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସହକାରୀ ଯନ୍ତ୍ରୀ ଅଭିଜିତ ସେଠୀ, କନିଷ୍ଠ ଯନ୍ତ୍ରୀ ତପନ ସାମଲ, ପିଇଓ କିଶୋର ଚନ୍ଦ୍ର ମହାରଣା ଗସ୍ତ ସମୟରେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.