ମୋଟୁ ସୀମାନ୍ତ ବନ ବିଭାଗ କର୍ମଚାରୀଙ୍କ ଦ୍ଵାରା ୧୭ଟି ଜୀବନ୍ତ କଇଁଛ ଉଦ୍ଧାର ସହ ଦୁଇ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ବନ ଅଧିକାରୀକୁ ସଫଳତା ଆନ୍ଧ୍ରର ଗୋଦାବରୀ ନଦୀରୁ ଜାଲ ପକେଇ କଇଁଚ ନେଇ ଆସୁଥିବା ସମୟରେ ମୋଟୁ ଠାରେ ବନ ବିଭାଗ ଦ୍ଵାରା ଗିରଫ ହେଲେ ଦୁଇ ଅଭିଯୁକ୍ତ। ସୂଚନା ଯୋଗ୍ୟ ଯେ ମୋଟୁ ବନ ବିଭାଗ କଇଁଚ ଚାଲାଣ କରିବା ନେଇ ସୂଚନା ପାଇବା ପରେ ଏକ୍ ସାତଜଣିଆ ଟିମ୍ ନେଇ ନିଛାଟିଆ ଜଙ୍ଗଲରେ ଛକି ବସିଥିଲେ। ଅଭିଯୁକ୍ତ ମାନେ ଏକ ବାଇକ୍ ଯୋଗେ କଇଁଚକୁ ବୋହି ନେଇ ଓଡ଼ିଶାରେ ବିକ୍ରି କରିବା ଉଦ୍ଦେଶ୍ଯରେ ଆଣିଥିବା ବେଳେ ଗିରଫ ହୋଇଛନ୍ତି।୧୭ଟି ଜୀବିତ କଇଁଚ ବନ ବିଭାଗ ଜବତ କରିଛନ୍ତି। ବନ୍ଯ ପ୍ରାଣୀ ସଂରକ୍ଷଣ ନିୟମ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇଥିବା ମୋଟୁ ବନ ବିଭାଗ ଅଧିକାରୀ ରେଞ୍ଜର ରଶ୍ମିରଞ୍ଜନ ସ୍ଵାଇଁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦୁଇଜଣ ଏମ.ପି.ଭି.୪୩ ଗ୍ରାମର ବିବେକ ମଣ୍ଡଳ ଓ ହରି ଲାଲ ବିଶ୍ବାସ। ସେମାନଙ୍କ ନିକଟରୁ ଏକ ବାଇକ୍ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି ।

Leave A Reply

Your email address will not be published.