ବିଜେଡିର କର୍ମୀ ସମ୍ମିଳନୀ ଓ ବୁଥ କମିଟି ଗଠନରେ ଯୋଗ ଦେଲେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ

ମାଲକାନଗିରି: ମାଲକାନଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଲିମେଳା ବ୍ଲକ ଭେଜାଙ୍ଗିୱାଡା ଜୋନ ୩ରେ ବିଜେଡି ପକ୍ଷରୁ ବୁଥ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଆଜି ବିଜେଡିର ବରିଷ୍ଟ ଉପଦେଷ୍ଟା ତଥା ଜୋନ ୩ କୋଡ଼ିନେଟର ରାଜେନ୍ଦ୍ର ପଣ୍ଡା ଏବଂ ଜିଲ୍ଲା ଯୁବ ଜନତା ଦଳ ସଭାପତି ତଥା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡମା ରାବା ବେଜାଙ୍ଗିୱାଡା ଗସ୍ତରେ ଯାଇ ଅଞ୍ଚଳର ସକ୍ରିୟ କର୍ମୀଙ୍କ ସହ ଆଲୋଚନା ବୈଠକ କରିଥିଲେ l ଉକ୍ତ ବୈଠକରେ କିଭଳି ବିଜେଡି ୨୦୨୪ ନିର୍ବାଚନରେ ଦଳ ଏହି ଅଞ୍ଚଳରେ ଭୋଟରଙ୍କୁ ଆକୃଷ୍ଟ କରିବା ସହ ବିରୋଧିଙ୍କ ଅପପ୍ରଚାର ଓ ମିଥ୍ୟା ପ୍ରତଶୃତି ଚକ୍ରାନ୍ତରୁ କିଭଳି ଭୋଟର ସତର୍କ ରହିବେ ସେଇ ବାବଦରେ କର୍ମୀ ମାନଙ୍କୁ ସଚେତନ କରାଇବା ପରେ ୧୨ ଜଣ ଲେଖାଏଁ କର୍ମୀଙ୍କୁ ନେଇ ବୁଥ କମିଟି ଗଠନ କରାଯାଇଥିଲା l ଶେଷରେ ଅଞ୍ଚଳରେ ଆଗରୁ ମଧ୍ୟ ଅନେକ ସଭା କାର୍ଯ୍ୟକ୍ରମ ହୋଇଥିବା ବେଳେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପାଣ୍ଠିରୁ ଅନେକ ଯୋଜନ ସଫଳ କାର୍ଯ୍ୟକାରୀ ହୋଇଥିବା ନେଇ ଆଡମା ରାବା ଉପସ୍ଥାପନ କରିଥିଲେ ପରେ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଥିରେ ରହିବା ଲାଗି ସ୍ଥାନୀୟ ଲୋକେ ପ୍ରତିଶ୍ରୁତି ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ସକ୍ରିୟ କର୍ମୀ ଗଙ୍ଗା ମାଡି, କାଲିମେଳା ବ୍ଲକ ଯୁବ ଜନତା ଦଳ ସଭାପତି ମିରିକାଙ୍କ ମଣ୍ଡଳ, ଜିଲ୍ଲା ଯୁବ ଜନତା ଦଳ ଉପ ସଭାପତି ଅଜିତ ଖୋସଲା ବନ୍ହକିନ ସର୍ଦ୍ଦାର, ହରିବନ୍ଧୁ ହେନ୍ତାଳ, ବିଷ୍ଣୁ ପଦ ମଣ୍ଡଳ, ନିର୍ମଳ ମଣ୍ଡଳ, ବାଦ୍ୟ ନାଥ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.