ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡା ଓ ମାଲକାନଗିରି ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିକାଶ ପାଇଁ ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲାରେ ମାସିକ ଘନ ଘନ ଗସ୍ତ କରି ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ସହ ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିଛନ୍ତି । ମାଲକାନଗିରି ଜିଲ୍ଲାର ଜନ ସାଧାରଣଙ୍କ ଦାବି ଅନୁଯାଇ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ତିନୋଟି ଚିଠି ମାଧ୍ୟମରେ ଚିତ୍ରକୋଣ୍ଡା ବସଷ୍ଟାଣ୍ଡ ନିକଟରେ ନୂତନ ଆହାର କେନ୍ଦ୍ର ନିର୍ମାଣ, ମାଲକାନଗିରି ସଦର ବ୍ଲକ ପଦ୍ମଗିରି ସର୍ବ ପୁରାତନ ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟକୁ +୨ ଉଚ୍ଚଶିକ୍ଷାରେ ଅପଗ୍ରେଡେଶନ୍ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା ବେଳେ ଓଡିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କୁ ମାଲକାନଗିରି ବ୍ଲକ ପଦ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କାଲିମେଳା ବ୍ଲକ ଏମ.ଭି ୭୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅପଗ୍ରେଡେଶନ୍ କରିବା ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.