ମାଲକାନଗିରି: ମାଲକାନଗିରି ସହର ନିକଟସ୍ଥ ଚମ୍ପାଖରୀ ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସର୍ବ ପୁରାତନ ଶକ୍ତି ପୀଠ ମା କନକ ଦୁର୍ଗା ମନ୍ଦିର ର ନୂତନ ମନ୍ଦିର ନିର୍ମାଣ ନିମନ୍ତେ ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମା କନକ ଦୁର୍ଗା ମନ୍ଦିର ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱରେ ଥିବା ବେଳେ ଆଗାମୀ ଦିନରେ ଏହି ରାସ୍ତା ୪ ଲେନ୍ ପାଇଁ ସର୍ଭେ କାର୍ଯ୍ୟ ଚାଲୁଥିବା ବେଳେ ଉକ୍ତ ମନ୍ଦିର କମିଟି ମାଙ୍କ ମନ୍ଦିର ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ ମାଲକାନଗିରି ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଅଭିଯୋଗ ଗୁଡିକ କାର୍ଯ୍ୟକାରୀ ହୋଇ ମାଲକାନଗିରି ଜିଲ୍ଲାର ୭୪ ଗୋଟି ମନ୍ଦିରର ବିକାଶ ପାଇଁ ୧୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଉକ୍ତ ମା କନକ ଦୁର୍ଗା ମନ୍ଦିରର ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୧୦ ଲକ୍ଷ ଟଙ୍କା ଅନୁଦାନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଆଜି ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୋୖରୀ ପଡ଼ିଆମୀ, ମାଲକାନଗିରି ୧୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ, ସିନ୍ଦ୍ରିମାଲ ସରପଞ୍ଚ ଘାସି ନାୟକ, ବିଜେଡି ଯୁବ ନେତା ସଦାନନ୍ଦ ଖରା, ବିଜେଡି ନେତା ସତ୍ୟ ସ୍ୱାଇଁ, ଚମ୍ପାଖରୀ ୱାର୍ଡ ସଭ୍ୟ ପୁର୍ନ ଚନ୍ଦ୍ର ରାଜୁ, ଗ୍ରାମ ପେଦା ନାରାୟଣ ଦଳେଇ, ରାମେନା ଦନ୍ତକଳା, ହରିହର ମାଝୀ, ଭରତ ପଟ୍ଟନାୟକ,ଭାସ୍କର ମାଝୀ, ଯୋଗ ମାଝୀ, ଟୁଟୁ ଦାନୀ, ବାଲା ପଣ୍ଡା, ପୂଜକ ରାମଚନ୍ଦ୍ର ମାଝୀ, କୃଷ୍ଣ ଚନ୍ଦ୍ର ଦଳେଇ ପ୍ରମୁଖଙ୍କ ସହ ସମସ୍ତ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post