ଖୁଣ୍ଟା: ହଜି ଯାଉଛି ମଣିଷପଣିଆ । କେଉଁଠି ଶବ ସତ୍କାର ସମୟରେ ଜୁଇରୁ ବାଳିକାର ଅଧାପୋଡା ଶରୀରର ମାଂସ ଆଣି ଭକ୍ଷଣ କରାଯାଉଛି ତ’ କେଉଁଠି ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ ଆସୁଛି । ଏଭଳି ଏକ ହୀନ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନରେ । କାମନାର କ୍ଷୁଧା ମେଣ୍ଟାଇବାକୁ ଯାଇ ନିଜର ହିତାହିତ ଜ୍ଞାନ ହଜାଇ ଦେଇଛି ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ଜଣକ । ଅଭିଯୋଗରୁ ପ୍ରକାଶ ଯେ, ଉକ୍ତ ଥାନା ଅଧିନ ଏକ ଗ୍ରାମର ଜଣେ ୨୯ ବର୍ଷୀୟା ଭିନ୍ନକ୍ଷମ ଯୁବତୀ ଗତ ୧୩ ତାରିଖ ଛେଳି ଚରାଇବାକୁ ଏକୁଟିଆ ଗ୍ରାମର ପଡିଆକୁ ଯାଇଥିଲେ । ତେବ ଭିନ୍ନକ୍ଷମ ଯୁବତୀ ଜଣକ ଏକୁଟିଆ ଥିବା ଦେଖି ତାଙ୍କର ସମ୍ପର୍କୀୟ ମାମୁଁ ରାଜକିଶୋର ଦାସ ଓରଫ ରାଜୁ ଯୁବତୀଙ୍କୁ ଚକଲେଟ ଦେବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ଡାକି ନେବା ସହ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଘଟଣା ସଂମ୍ପର୍କରେ ପିଡ଼ିତା ଯୁବତୀଙ୍କ ମାଆ ଜାଣିବାକୁ ପାଇଥିଲେ । ଏ ନେଇ ପିଡ଼ିତାଙ୍କ ମାଆ ଘଟଣା ସଂମ୍ପର୍କରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ଥାନାରେ କେସ ନମ୍ବର ୧୮୯/ ୨୩ରେ ଏକ ମାମଲା ରୁଜ କରାଯିବା ସହ ବଡ଼ଫେଣୀ ଗ୍ରାମର ଅଭିଯୁକ୍ତ ମାମୁଁ ରାଜକିଶୋରଙ୍କୁ ଶୁକ୍ରବାର ସକାଳ ସମୟରେ ଗିରଫ କରାଯାଇଥିବା ଜଣାଯାଇଛି । ଏବଂ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଖୁଣ୍ଟା ଥାନା ଆଇଆଇସି ଲୋପାମୁଦ୍ରା ନାଏକ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.