ଚିତ୍ରକୋଣ୍ଡା: ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ମନମୁଖୀ କାର୍ଯ୍ୟକ୍ରମ ଘରୋଇ ବିଦ୍ୟାଳୟ ମାରଣନୀତି ବିରୁଦ୍ଧରେ ଅନିଦ୍ଧିଷ୍ଟ କାଳୀନ ରାଜ୍ୟସ୍ତରୀୟ ବିକ୍ଷୋଭ ୨୧ ଜୁଲାଇ ୨୦୨୩ ଠାରୁ ଆରମ୍ଭ ହୋଇଛି । ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା ଅନ୍ତଗର୍ତ ଚିତ୍ରକୋଣ୍ଡା ଡିଏଭି ଗୁରୁକୁଳରେ ମଧ୍ୟ ଏହି ବିକ୍ଷୋଭର ପ୍ରଭାବ ଦେଖିବାକୁ ମିଳିଥିଲା । ରାଜ୍ୟସ୍ତରୀୟ ବିକ୍ଷୋଭକୁ ସମର୍ଥନ କରି ଚିତ୍ରକୋଣ୍ଡା ଡିଏଭି ଗୁରୁକୁଳ ବିଦ୍ୟାଳୟ ଆଜି ବନ୍ଦ ରହିଥିଲା । ତେବେ ୫ ଦଫା ଦାବି ପୁରାଣ ନିମନ୍ତେ ଆଜି ଆର ଓଡ଼ିଶାର ଘରୋଇ ବିଦ୍ୟାଳୟ ଗୁଡିକ ବନ୍ଦ କରାଯାଇଥିବା ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଦାବି ମୁତାବକ ନିଜସ୍ୱ ଭିତ୍ତିଭୂମି ଥିବା ସମାଶା ଘରୋଇ ବିଦ୍ୟାଳୟକୁ ଆଜୀବନ C.O.R. ଦେବା, ଭଡା ଘରେ କାର୍ଯ୍ୟରତ ବିଦ୍ୟାଳୟ ଗୁଡିକ ନିମନ୍ତେ ଅନ୍ୟୁନ ୧୦ ବର୍ଷ ନିମନ୍ତେ C.O.R. ପ୍ରଦାନ କରିବା, ଶିକ୍ଷା ଅଧିକାର ଅଧିନିୟମ ମୁତାବକ ୨୫% ମାଗଣା ନାମଲେଖା ଯାଉଥିବା ଶିକ୍ଷାର୍ଥୀଙ୍କ ବାବଦରେ ପ୍ରତିପୂରଣ ଦେବା, ମାଗଣାରେ ସରକାରୀ ପାଠ୍ୟପୁସ୍ତକ, ଯୋଗାଇଦେବା ଏବଂ ଘରୋଇ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ଅନୁମୋଦନ ପ୍ରଦାନ କରିବା ଭଳି ମୋଟ ୫ ଦଫା ଦାବିକୁ ଅବିଳମ୍ବେ ରାଜ୍ୟ ସରକାର ପୂରଣ କରିବା ନିମନ୍ତେ ଏହି ବନ୍ଦ ପାଳନ ଉଦ୍ଧିଷ୍ଟ ଥିବା ଅନୁଷ୍ଠାନର ସମ୍ପାଦକ ରାଜେଶ ମହାରଣା ଓ ବିଦ୍ୟାଳୟର ଅଧ୍ୟକ୍ଷା ରାଜଲଷ୍ମୀ ଦାସ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଏହି ବନ୍ଦ ପାଳନ ନିମନ୍ତେ ଶୈକ୍ଷିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଠପ ରହିଥିବା ବେଳେ ବିଦ୍ୟାଳୟ ଅଧ୍ୟକ୍ଷା ରାଜଲଷ୍ମୀ ଦାସ ଏବଂ ମିସ ସରସ୍ବତୀ ଖରା, ସୁମିତ୍ରା ନାୟକ, ପୁନମ ବାଘ, ସରସ୍ବତୀ ପ୍ରଧାନ ଓ ମଞ୍ଜୁ ସାଗର ପ୍ରଭୁତି ଉପସ୍ଥିତ ରହି ଆଜିର ଏହି ବନ୍ଦ ପାଳନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.