‘ଅତୁଟ ବନ୍ଧନ’ର ୱେବ୍ସାଇଟକୁ କଲେ ଶୁଭାରମ୍ଭ
ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ଦୌର୍ପଦୀ ମୁର୍ମୁ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶାର ରାଜଭବନ ପରିସରରେ ‘ଅତୁଟ ବନ୍ଧନ’ ଅନୁଷ୍ଠାନର କର୍ମକର୍ତ୍ତା ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି ସେମାନଙ୍କ ସହ କଥା ହେବା ସହ ସମାନଙ୍କୁ ପ୍ରେରଣା ଯୋଗାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ‘ଅତୁଟ ବନ୍ଧନ’ର ୱେବ୍ସାଇଟକୁ ଶୁଭାରମ୍ଭ କରିବା ସହ ସେଇ ଅନୁଷ୍ଠାନର କର୍ମକର୍ତ୍ତା, ପ୍ରତିଷ୍ଠାତା ଓ ସେଇ ପରିବାରର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି।
ସୂଚନାଯୋଗ୍ୟ, ‘ଅତୁଟ ବନ୍ଧନ’ ଯେଉଁ ଛାତ୍ରଛାତ୍ରୀମାନେ ଟଙ୍କା ଅଭାବରୁ ମେଡିକାଲ୍ ପାଠ ପଢ଼ି ପାରୁନଥିଲେ ସେମାନଙ୍କୁ ସାହଯ୍ୟର ହାତ ବଢ଼େଇ ସେମାନଙ୍କ ପାଠ ପଢ଼ିବାର ଦାୟିତ୍ବ ବହନ କରିଛି। ବର୍ତ୍ତମାନ ଏଇ ଅନୁଷ୍ଠାନ ଦ୍ବାରା ୫୨ ଜଣ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢି ଡ଼ାକ୍ତର ହେବାର ସ୍ବପ୍ନକୁ ସାକାର କରିଛନ୍ତି। ଏହିଭଳି ଗରିବ ପିଲାଙ୍କୁ ସାହାଯ୍ୟ କରିଥିବା ଅନୁଷ୍ଠାନକୁ ରାଷ୍ଟ୍ରପତି ଭୂୟସୀ ପ୍ରସଂଶା କରିବା ସହ ଆଗକୁ ଅନେକ ପିଲାଙ୍କ ସ୍ବପ୍ନ କିପରି ପୁରଣ କରିହେବ ସେନେଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଉତ୍ସାହିତ କହିଛନ୍ତି। ଆଜି ଓଡିଶା ଆସିବାର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ଆଗାମୀ ଜୀବନ କିପରି ଉଜ୍ଜଳମୟ ହେବ ତାହା ମଧ୍ୟ କାମନା କରିଛନ୍ତି। ରାଷ୍ଟ୍ରପତିଙ୍କୁ ପାଖରେ ପାଇ ଓ ତାଙ୍କ ପ୍ରେରଣା ପାଇ ସମସ୍ତ ଛାତ୍ରଛାତ୍ରୀ ଖୁସି ଅଛନ୍ତି।
ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନ ପରିସରରେ କଳିଙ୍ଗ ଅତିଥି ନିବାସ ପାଇଁ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।
ଜୁଲାଇ ୨୬ ଓ ୨୭ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ
– ଆସନ୍ତାକାଲି ସକାଳ ସାଢେ ୮ଟାରେ କଟକ ଅଭିମୁଖେ ବାହାରିବେ
– ୯ଟା ୨୦ ମିନିଟ୍ରେ ମା’ କଟକ ଚଣ୍ଡୀଙ୍କ ମନ୍ଦିରରେ ପହଂଚିବେ
– ୯ଟା ୩୦ରୁ ୯ଟା ୪୫ ଯାଏଁ ମା’ଙ୍କ ଦର୍ଶନ କରିବେ
– ୧୦ଟା ୧୫ରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ପହଂଚିବେ
– ୧୦ଟା ୪୫ ମିନିଟ୍ ସୁଦ୍ଧା ଜବାହାରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମ୍ ପହଂଚିବେ
– ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ
– ମଧ୍ୟାହ୍ନ ୧୨ଟାରେ ଇନ୍ଡୋର ଷ୍ଟାଡିୟମ୍ରୁ ବାହାରି ମ୍ୟୁଜିଅମ୍ ଅଫ୍ ଜଷ୍ଟିସ୍ ଯିବେ
– ମଧ୍ୟାହ୍ନ ୧୨ଟା ୩୫ରେ ହାଇକୋର୍ଟରେ ପହଂଚିବେ
– ୩ଟା ୩ଟା ୪୫, ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କାର୍ଯ୍ୟକ୍ରମରେ ଯୋଗଦେବେ
– ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବେ
– ସଂଧ୍ୟା ୬ଟା ୩୦ ସୁଦ୍ଧା ରାଜଭବନରେ ପହଂଚି ରାତ୍ରୀଯାପନ କରିବେ
– ଗୁରୁବାର ସକାଳ ୯ଟା ୧୫ରେ ରାଜଭବନରେ ଆଦିମ ଜନଜାତି ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ
– ୧୦ଟା ୩୫ରେ ତମାଣ୍ଡୋ ଦଶବାଟିଆରେ ବ୍ରହ୍ମକୁମାରୀ ସେଂଟରରେ ପହଂଚିବେ
– ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବେ