ଛାତରୁ ଗଳୁଛି ବର୍ଷା ପାଣି, ହେଲେ ନିଜ ଭବିଷ୍ୟତ ପାଇଁ ପିଲା ଦେଉଛନ୍ତି ପରୀକ୍ଷା

ମାଲକାନଗିରି: ଟପଟପ ବର୍ଷା ପାଣି ସହ ସନ୍ତସନ୍ତିଆ ପରିବେଶ ଭିତରେ ଯୁକ୍ତ ୩ର ଚତୁର୍ଥ ସେମିଷ୍ଟାର୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ସ୍ଥିତ ଡଃ ଶ୍ଯାମା ପ୍ରସାଦ ଯୁକ୍ତ ୩ କଳା ମହାବିଦ୍ୟାଳୟରେ । ୫-ଟି ଯୁଗରେ ଶିକ୍ଷାନୁଷ୍ଠାନ ଗୁଡିକର ପାରିପାର୍ଶ୍ବିକ ଭିତ୍ତିଭୂମି ଓ ମାନ ବୃଦ୍ଧି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏମଭି ୭୯ ସ୍ଥିତ ଏହି କଲେଜରେ ଛାତ୍ରଛାତ୍ରୀ ଅତ୍ୟନ୍ତ ଦୟନୀୟ ଭାବେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି। ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷାର ଚତୁର୍ଥ ପେପର ଗତକାଲି ଚାଲିଥିବା ବେଳେ ଆଜି ଶେଷ ପରୀକ୍ଷା ଜାରୀ ରହିଛି। ଅନ୍ୟପଟେ ପରୀକ୍ଷା କେନ୍ଦ୍ରଟି ଡିଏନକେ ଅମଳରେ ନିର୍ମିତ ଏକ ଗୋଦାମ ଘର ଭାବରେ ନିର୍ମିତ ହୋଇଥିବା ବେଳେ ଦିର୍ଘ ବର୍ଷ ଧରି ଯୁକ୍ତ ଦୁଇ ପାଠପଢା ଚାଲିଥିଲା। ଗତ ୨୦୧୦ ମସିହାରୁ ଯୁକ୍ତ ତିନି ଶିକ୍ଷାଦାନ ଆରମ୍ଭ ହୋଇ ମହାବିଦ୍ୟାଳୟରେ ପରିଣତ ହୋଇଥିଲେ ମଧ୍ଯ ପ୍ରଶାସନ ପକ୍ଷରୁ ଏହାର ଭିତ୍ତିଭୂମିର ବିକାଶ ନେଇ ସେଭଳି କୌଣଷି ପଦେକ୍ଷପ ଗ୍ରହଣ ନକରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.