ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଗତକାଲି ରାତ୍ରିରେ ଚିତ୍ରକୋଣ୍ଡା ପୁଲିସ ଟିମ ଏସାର କମ୍ପାନୀ ଛକ ପାଖରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବୋଲର ପିକଅପ ଯୋଗେ ଗଞ୍ଜେଇ ଚାଲାଣ କରାଯାଉଥିବା ଉକ୍ତ ଗାଡ଼ି ଆଗରେ ଏକ ହିରୋ ଗ୍ଲାମରରେ ମଧ୍ୟ ଉକ୍ତ ଗଞ୍ଜେଇ ଗାଡିକୁ ସୁରକ୍ଷା ଦ୍ରୁତ ଗତିରେ ଯାଉଥିବା ଦେଖି ପୁଲିସ ସନ୍ଦେହ ହେବାରୁ ଗାଡିକୁ ଅଟକାଇ ଖାନ ତଲାସି କରି ଦେଖିଲା ବେଳକୁ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ପୁଲିସ ଗଞ୍ଜେଇ ସହ ଚାରି ଜଣକୁ କାବୁ କରି ଗିରଫ କରିବାରେ ସକ୍ଷମ ହୋଇଛି l ଉକ୍ତ ଗାଡ଼ି ଓ ଗଞ୍ଜାଇ କୁ ଜବତ କରିଛି ପୁଲିସ l ଉକ୍ତ ବୋଲର ପିକଅପରେ ଥିବା ଗଞ୍ଜେଇର ପରିମାଣ ୨୮୧ କେଜି ଗଞ୍ଜେଇ ଜବତ ବୋଲି ଜଣା ପଡିଛି ଯାହାର ଆନୁମାନିକ ମୂଲ୍ୟ ତିନି କୋଟି ଟଙ୍କା ହେବ l ଚିତ୍ରକୋଣ୍ଡା ଥାନା କେସ ନମ୍ବର 135/24.07.2023 U/s-20 (b)(ii)(c)29 -NDPS Act 1985 ଧାରା ଅନୁଯାଇ ଜବତ, ବୋଲର ପିକଅପ, ଗଞ୍ଜେଇ, ହିରୋ ଗ୍ଲାମର ଏବଂ ପାଞ୍ଚ ଗୋଟି ମୋବାଇଲକୁ ସିଜ କରିବା ସହ ଚାରିଜଣ ଅଭିଯୁକ୍ତ କୋରାପୁଟ ଜିଲା ମାଛକୁଣ୍ଡ ଅଞ୍ଚଳ ସୁରୁମୀ ଗ୍ରାମର ଏନକିତ ରାଓ ନିରୀକ, ବୟସ: ୨୮, ରଞ୍ଜନ ଗଡ଼ଙ୍ଗା, ବୟସ: ୨୭, ଈଶ୍ୱର ନିରୀକା, ବୟସ: ୨୦ ଏବଂ ଏକାମ୍ର ଜୟପୁର ସାହିର ଲଳିତ ହରିଜନ, ବୟସ: ୨୯କୁ ଆଜି କୋର୍ଟ ଚାଲାଣ କରାଯାଇଛି l
Sign in
Sign in
Recover your password.
A password will be e-mailed to you.