ସ୍ୱାଭିମାନ ଅଞ୍ଚଳରେ ଲଗାଣ ବର୍ଷାରେ ଅମୃତ ସରୋବର ହିଡ଼ ଭାଙ୍ଗିଲା

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁରେ ଚଳିତ ବର୍ଷ ଚିତ୍ରକୋଣ୍ଡା ବ୍ଳକ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଅମୃତ ସରୋବର ନିର୍ମାଣ କରାଯାଇଥିଲା l ଚଳିତ ଲଗାଣ ବର୍ଷାରେ ଉକ୍ତ ଅମୃତ ସରୋବର ଟିର ହିଡ଼ ଭାଙ୍ଗିଯିବାରୁ ପାଖରେ ଥିବା ଜମି ମାନଙ୍କରେ ପାଣି, ମାଟି ଓ ପଥର ମାଡ଼ିଯାଇ ଫସଲ ନଷ୍ଟ ହେବା ସହ ଜମିରେ ମଧ୍ୟ ବାଲି, ପଥର ଓ ମାଟି ଚଢ଼ି ଯାଇଥିବାରୁ କଦଳୀ ବନ୍ଧା ଗ୍ରାମବାସୀ କ୍ଷୟକ୍ଷତି ପାଇଁ ବ୍ଳକ ପ୍ରଶାସନ ତଥା ତହସିଲଦାରଙ୍କୁ ଜଣାଇଥିଲେ l ଆଜି ସକାଳୁ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଏବଂ ଏପିଓ ଉଚ୍ଚବ ଗିରି ଉକ୍ତ କଦଳିବନ୍ଧା ଗ୍ରାମକୁ ଯାଇ ଅମୃତ ସରୋବର ବୁଲି ଦେଖିବା ସହ ନଷ୍ଟ ହୋଇଥିବା ଫସଲ ଓ ଜମି ବୁଲି ଦେଖି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଅମୃତ ସରୋବରର ଭାଙ୍ଗିଥିବା ହିଡ଼କୁ ତିଆରି କରିବାକୁ ଯୋଜନା କରିବା ସହ ବ୍ୟକ୍ତିଗତ ଭାବରେ ୭ ଜଣ ଚାଷୀଙ୍କର ଅଧିକ ନଷ୍ଟ ହୋଇଥିବା ଚାଷୀଙ୍କୁ ମିଶାଇ ୨୦ ଜଣ ଚାଷୀଙ୍କୁ ଜମି ମରାମତି ପାଇଁ ଚାରି ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଏଥି ସହିତ କଦଳୀ ବନ୍ଧା ଗ୍ରାମ ଠାରୁ ସିର୍ଲିମେଟା ପର୍ଯ୍ୟନ୍ତ ପାହାଡ଼ବାଟରେ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି l

Leave A Reply

Your email address will not be published.