କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କରି କାମର ମନ୍ଥରତା ଉପରେ ଆଲୋଚନା କଲେ ମାନ୍ୟବର ସାଂସଦ ରମେଶ ମାଝି

ମାଲକାନଗିରି: ମାଲକାନିରି ଜିଲ୍ଲାର ବନ୍ୟା ପରିସ୍ଥିତିକୁ ନେଇ ଗତ ଦୁଇ ବର୍ଷ ପୂର୍ବେ କମ୍ ଉଚ ବିଶିଷ୍ଟ ୫-ଟି ପୋଲ ଯୋଗୁଁ ବର୍ଷା ଦିନେ ରାସ୍ତା ଅବରୋଧ ସମସ୍ୟାକୁ ନେଇ ମାନ୍ୟବର ସାଂସଦ ରମେଶ ମାଝୀ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଶ୍ରୀଯୁକ୍ତ ନୀତିନ ଗଡକରିଙ୍କୁ ଅନୁରୋଧ କରିବା ସହିତ ସଂସଦରେ ଏହି ସମସ୍ୟାକୁ ଉପସ୍ଥାପନ କରିଥିଲେ। ଏହା ପରେ ପାଙ୍ଗମ୍ ଠାରୁ ମୋଟୁ ମଧ୍ୟରେ ଥିବା ପାଞ୍ଚଟି ପୋଲୋକୁ ଅଧିକ ଉଚା କରି ନିର୍ମାଣ କରିବା କାର୍ଯ୍ୟ ଅନୁମୋଦନ ଲାଭ କରିଥିଲା। କିନ୍ତୁ ଅନୁମୋଦନର ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ଆଜି ଯାଏ କାମ ସମାପ୍ତ ନହେଉ ମନ୍ଥର ଗତିରେ ଚାଲୁଥିବାରୁ ବର୍ଷା ହେତୁ ଜିଲ୍ଲାବାସୀ ରାସ୍ତା ଯୋଗାଯୋଗ କ୍ଷେତ୍ରରେ ବିଚ୍ଛିନ୍ନ ହେଉଛନ୍ତି। ଏହାକୁ ଦେଖି ମାନ୍ୟବର ସାଂସଦ ଆଜି ମାନ୍ୟବର କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରିଙ୍କୁ ସାକ୍ଷାତ କରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ଏହା ପରେ ମନ୍ତ୍ରୀ ବର୍ଷା ଋତୁ ପରେ ପରେ କାର୍ଯ୍ୟଟିକୁ ଅତି ଶୀଘ୍ର ସାରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.